ୟୁନିଟ୍-୨ ରାଜଧାନୀ ବାଳିକା ଉଚ୍ଚବିଦ୍ୟାଳୟରେ ୧୦ ମିନିଟ୍ ବିତାଇଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର(ହରପ୍ରସାଦ ବିଷୋୟୀ):-ହଜିଲା ସ୍ମୃତି ସାଉଁଟିଛନ୍ତି ରାଷ୍ଟ୍ରପତି । ନିଜେ ପଢିଥିବା ସ୍କୁଲରେ ଦ୍ରୌପଦୀ ମୁର୍ମୁ । ୟୁନିଟ୍-୨ ରାଜଧାନୀ ବାଳିକା ଉଚ୍ଚବିଦ୍ୟାଳୟରେ ୧୦ ମିନିଟ୍ ବିତାଇଛନ୍ତି ରାଷ୍ଟ୍ରପତି । ଆଜି ରାଷ୍ଟ୍ରପତି ପ୍ରଥମେ ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲକୁ ଆସିଛନ୍ତି । ସେଠାରେ ୧୨ ମିନିଟ୍ ରହି । ପୁରାତନ ଛାତ୍ରଛାତ୍ରୀ ଓ ବର୍ତ୍ତମାନ ପଢୁଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହା ପରେ ସେଠାରୁ ୟୁନିଟ୍-୨ ରାଜଧାନୀ ବାଳିକା ଉଚ୍ଚ ବିଦ୍ୟାଳୟ ସେଠାରେ ସେ ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି,୧୯୭୦ରୁ ୭୪ ମସିହାର ସମୟକୁ ଫେରିଯାଇ । ସହପାଠୀଙ୍କ ସହ କଥା ହେଇଛନ୍ତି,୧୩ ଜଣ ସହପାଠୀଙ୍କୁ ଭେଟିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ସ୍କୁଲରେ ପହଂଚିବା ମାତ୍ରେ ପ୍ରଥମେ ଛାତ୍ରଛାତ୍ରୀ ଡ୍ରମ୍ ବଜାଇ ସ୍ୱାଗତ କରିଛନ୍ତି ।

ଏହା ପରେ ପିଲାମାନେ ସ୍ୱାଗତ ସଙ୍ଗୀତରେ ବନ୍ଦେ ଉକ୍ରଳ ଜନନୀ ଗାନ କରିଛନ୍ତି । ରାଷ୍ଟ୍ରପତି ପଢୁଥିବା ବେଳେ କୁନ୍ତଳା କୁମାରୀ ସାବତ ହଷ୍ଟେଲରେ ରହୁଥିଲେ । ଏହା ସହ ଜୟଦେବ ଭବନରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ମଧ୍ୟ ରାଷ୍ଟ୍ରପତି ସାମିଲ ହେବେ । ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏ.ଆଇ.ସି.ଟି.ଇ ଦ୍ୱାରା ଓଡିଆ ଭାଷାରେ ପ୍ରସ୍ତୁତ ଇଂଜିନିୟରିଂ ବହି ଲୋକାର୍ପଣ କରିବେ । ଏକାଧିକ ଭାରତୀୟ ଭାଷାରେ ପାଠ୍ୟକ୍ରମ ପୋର୍ଟାଲରେ ‘ଇ-କୁମ୍ଭ’ ଉନ୍ମୋଚନ କରିବା କାର୍ୟ୍ୟକ୍ରମ ରହିଛି । ଏଥିସହ ଯାନ୍ତ୍ରିକ ଶବ୍ଦକୋଷ ଲୋକାର୍ପଣ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।