ହରିୟାଣାର ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଯୁଦ୍ଧ ବିମାନରେ ଉଡାଣ ଭରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ:- ରାଫେଲ ଯୁଦ୍ଧ ବିମାନରେ ଉଡାଣ ଭରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବୁଧବାର ହରିୟାଣାର ଅମ୍ବାଲା ବାୟୁସେନା ଘାଟିରୁ ଏକ ରାଫେଲ ଯୁଦ୍ଧ ବିମାନରେ ବୁଲିଛନ୍ତି ରାଷ୍ଟ୍ରପତି । ଦେଶର ପ୍ରଥମ ରାଷ୍ଟ୍ରପତି ଭାବରେ ସେ ଭାରତୀୟ ବାୟୁସେନାର ସବୁଠାରୁ ଆଧୁନିକ ରାଫେଲ ଯୁଦ୍ଧ ବିମାନରେ ଉଡାଣ ଭରିଛନ୍ତି । ତେବେ ଏହା ପୂର୍ବରୁ ୮ ଏପ୍ରିଲ୍ ୨୦୨୩ରେ ଆସାମର ତେଜପୁର ବାୟୁସେନା ଷ୍ଟେସନରେ ଏକ ସୁଖୋଇ-୩୦ ଯୁଦ୍ଧ ବିମାନରେ ଉଡ଼ାର ଭରିଥିଲେ ରାଷ୍ଟ୍ରପତି । ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କଲାମ ଏବଂ ପ୍ରତିଭା ପାଟିଲ ଯଥାକ୍ରମେ ୮ ଜୁନ୍, ୨୦୦୬ ଏବଂ ୨୫ ନଭେମ୍ବର, ୨୦୦୯ରେ ପୁଣେ ନିକଟସ୍ଥ ଲୋହେଗାଓଁ ବାୟୁସେନା ଘାଟିରୁ ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନ ଉଡ଼ାଇଥିଲେ । ତେବେ ଏହି ଐତିହାସିକ ସଫଳତା ମହିଳାଙ୍କୁ ସେନାରେ ଯୋଗଦେବା ପାଇଁ ମଧ୍ୟ ଉତ୍ସାହିତ କରିବ ।
