ଘରେ ପ୍ରସ୍ତୁତ କରନ୍ତୁ ‘ବାନାନା ଲସି’

(ଅନୁସ୍ୱୟା) ଆଜି ଆମେ ଆପଣଙ୍କୁ କଦଳୀରୁ ପ୍ରସ୍ତୁତ ‘ବାନାନା ଲସି’ର ତିଆରି ସମ୍ପର୍କରେ ବତାଇବୁ।
ଆବଶ୍ୟକ ସାମଗ୍ରୀ: ପାଚିଲା କଦଳୀ, ଦହି, ଚିନି, ଅଳେଇଚ ପାଉଡର୍, ପିସ୍ତା ବାଦାମ, କାଜୁ ବାଦାମ ଓ ବରଫ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପାଚିଲା କଦଳୀରୁ ଚୋପା ଛଡାଇ ଦେଇ ତାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏବେ କଟା ହୋଇଥିବା କଦଳୀ ସହ ଦହି ଓ ଚିନି ପକାଇ ତାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ । ଏବେ ସେଥିରେ ବରଫର ଛୋଟ ଛୋଟ ଖଣ୍ଡ ପକାଇ ଆହୁରି ଗ୍ରାଇଣ୍ଡିଂ କରନ୍ତୁ। ଏହାପରେ ଅଳ୍ପ ଲୁଣ ସହ ଏଥିରେ ଅଳେଇଚ ପାଉଡର୍ ପକାଇ ଭଲଭାବେ ଫେଣ୍ଟି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ୱାଦିଷ୍ଟ ‘ବାନାନା ଲସି’।ଲସି ଉପରେ ଡ଼୍ରାଏ ଫ୍ରୁଟ ପକାଇ ପିଇବାକୁ ଦିଅନ୍ତୁ ।