ହିଞ୍ଜିଳି କାଟୁ / ରଜନୀକାନ୍ତ ପାତ୍ର : ହିଂଜିଲିରେ ଅହିଂସା ରଥ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମହାତ୍ମାଙ୍କ ବାର୍ତ୍ତା ସହ ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ମହାନ୍ ଅବଦାନ ସମ୍ପର୍କରେ ସୂଚନା ଦେଉଥିବା ଏହି ରଥ ସମସ୍ତ ଜିଲା ପରିକ୍ରମା କରିବାର କାର୍ଯ୍ୟକ୍ରମ କରାଯାଇଛି । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ରେ ମଧ୍ୟ ଏହି ରଥ ୨୩ ତାରିଖ ରାତିରେ ପହଁଚି ରାତ୍ରି ଯାପନ କଲାପରେ ୨୪ ତାରିଖରେ ଏହା ସ୍ଥାନୀୟ ଡାକ ବଙ୍ଗଳାରୁ ବାହାରି ମିନି ଷ୍ଟାଡିୟମ ପରିସରରେ ଏକ ବିଶାଳ ରାଲ୍ଲୀରେ ଯିବ। ଏହି ସମ୍ପୂର୍ଣ କାର୍ଯ୍ୟକ୍ରମକୁ କିପରି ଭଲ ରୂପେ କରାଯିବ ସେ ନେଇ ଏକ ପ୍ରସ୍ତୁତି ବୈଠକ ହିଂଜିଲିକାଟୁ ବ୍ଲକ ସଭାଗୃହରେ ହୋଇଯାଇଛି।ବ୍ଳକ ବିଡ଼ିଓ ,ମୁନିସିପାଲଟି ନଗରପାଳ,ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରି, ତହସିଲଦାର ,ଥାନା IIC ମଞ୍ଚସିନ ଥିଲେ।
ମିନିଷ୍ଟାଡିୟମ ପରିସରରେ ପହଁଚିଲା ପରେ ସେଠାରେ ଏକ ସଂସୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଉତ୍କଳମଣି ଗୋପବନ୍ଧୁ ଦାସ, ଶହୀଦ ଲକ୍ଷ୍ମଣ ନାୟକ, ସ୍ୱାଧୀନତା ସଂଗ୍ରାମୀ ରଘୁ ଦିବାକର, ଦେଶର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ଜୀବନାଦର୍ଶ ସମ୍ପର୍କିତ ପ୍ରମାଣିକ ଚଳଚ୍ଚିତ୍ର ଅହିଂସା ରଥର ଭିଡିଓ ୱାଲ୍ରେ ପ୍ରଦର୍ଶିତ ହେବ। ଏହା ମାଧ୍ୟମରେ ସହର ବାସୀ ସ୍ୱାଧୀନତା ସଂଗ୍ରାମରେ ଏହି ବୀରପୁତ୍ରମାନଙ୍କ ଅବଦାନ ସମ୍ପର୍କରେ ଅବଗତ ହୋଇପାରିବେ। ଏହି ପ୍ରସ୍ତୁତି ବୈଠକରେ ସମସ୍ତ ଲାଇନ ବିଭାଗର ଅଧିକାରୀ ,ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ।