ମେଡିକାଲ ବେଡ଼ରେ ଆଇଏଏସ ସ୍ୱପ୍ନ : ରଶ୍ମିତା ପାଣିଗ୍ରାହୀ

ଚିକିତ୍ସାଧୀନ ଅବସ୍ଥାରେ ବି ଲକ୍ଷ୍ୟ ପୂରଣ କରିବା ଦୃଢ ନିଷ୍ଠା । ମେଡିକାଲ ବେଡରେ ରହି ମଧ୍ୟ ନିଜର ଲକ୍ଷ୍ୟ ତଥା, ଆଇଏଏସ୍ ହେବାର ଦୃଢ ନିଷ୍ଠା ଛାଢିନାହାନ୍ତି । ଜଣେ ମେଡିକାଲ ବେଡରେ ଆଇଏଏସ ପ୍ରସ୍ତୁତି କିପରି ପରିପାରିବ । ଏହି କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେବି ଏହା ସତ । ଏପରି କରିଛନ୍ତି ରଶ୍ମିତା ପାଣିଗ୍ରାହୀ । ସେ ହସ୍ପିଟାଲରେ ରହି ଆଇଏଏସ ପ୍ରସ୍ତୁତ କରୁଛନ୍ତି ।ତେବେ ୨୮ ଅକ୍ଟୋବର ୨୦୨୨ରେ ଏକ ଅଘଟଣର ଶିକାର ହୋଇଥିଲେ । ରଶ୍ମିତାଙ୍କୁ ଶାଶୁଘର ଲୋକ ପୋଡି ମାରିଦେବାକୁ ଉଦ୍ୟମ କରିଥିଲେ । ଘଟଣାରେ ରଶ୍ମିତାଙ୍କ ସ୍ୱାମୀ ଗିରଫ ହୋଇଛନ୍ତି । ଏହି ଘଟଣା ପରେ ରଶ୍ମିତା ପ୍ରାୟ ୬୫ ପ୍ରତିଶତ ପୋଡି ଯାଇଛି ।

କଟକ ବଡ ମେଡିକାଲରେ ବର୍ଣ୍ଣ ୱାର୍ଡରେ ରଶ୍ମିତାଙ୍କ ଚିକିତ୍ସା ହୋଇଥିଲା । ତାଙ୍କର ତିନି ଥର ପ୍ଲାଷ୍ଟିକ ସର୍ଜରୀ ହେବା ପରେ ଏବେ ସୁସ୍ଥ ହେଉଛନ୍ତି । ଆଉ ଏହା ଭିତରେ ରଶ୍ମିତା ଆଇଏଓ ଅଫିସର ବେହାର ଲକ୍ଷ ସ୍ଥିର କରିଛନ୍ତି । ରଶ୍ମିତା ଏବେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ନିଜ ସହ ଅନ୍ୟାୟ ହୋଇଥିବାବେଳେ ଅନ୍ୟଙ୍କ ପ୍ରତି ଯେପରି ସେପରି ଅନ୍ୟାୟ ନହେବ ସେଥିପାଇଁ ଆଇଏଏସ୍ ହେବାର ସ୍ୱପ୍ନ ଦେଖୁଛନ୍ତି । ଆଉ ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ରଶ୍ମିତା ନିଜକୁ ପ୍ରସ୍ତୁତ କରୁଛନ୍ତି ।