କଟକ : ନିମ୍ନ ଅଦାଲତରେ ପ୍ରଶାନ୍ତଙ୍କ ଜାମିନ ଖାରଜ ହୋଇଗଲା ପରେ ଏବେ ହାଇକୋର୍ଟର ସାହାରା ନେଇଛନ୍ତି ପ୍ରଶାନ୍ତ ଜଗଦେବ । ଜାମିନ ଆବେଦନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ବିଧାୟକ ପ୍ରଶାନ୍ତ ଜଗଦେବ । ହାଇକୋର୍ଟରେ ଜାମିନ ଆବେଦନ କଲେ ପ୍ରଶାନ୍ତ । ଆଗୁଆ ଜାମିନ ଲୋଡ଼ି ପୂର୍ବରୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବିଧାୟକ । ହାଇକୋର୍ଟଙ୍କ ନିର୍ଦ୍ଦେଶ ମତେ ସେ ନିମ୍ନ ଅଦାଲତରେ ହାଜର ହୋଇଥିଲେ ।
ବିଜେପି କର୍ମୀଙ୍କୁ ମାଡ଼ ମାରି ଗିରଫ ହୋଇଥିଲେ ବିଧାୟକ।ଗିରଫ ହେବା ପରେ ସେ ତଳ କୋର୍ଟରେ ଜାମିନ ଆବେଦନ କରିଥିଲେ । କିନ୍ତୁ ତାହା ଖାରଜ ହୋଇଯାଇଥିଲା । ଏବେ ପୁଣି ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି ।