ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲାନି ଆଗୁଆ ଜାମିନ

ଖୋର୍ଦ୍ଧା (ରିପୋର୍ଟସ ଟୁଡେ)  ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲାନି ଆଗୁଆ ଜାମିନ । କିଛି ଦିନ ପୂର୍ବରୁ ବିଜେପି କର୍ମୀଙ୍କୁ ମାଡମାରି ବିଜେଡିରୁ ନିଲମ୍ବିତ ହୋଇଥିବା ପ୍ରାଶାନ୍ତ ଜଗଦ୍ଦେବଙ୍କୁ ଆଗୁଆ ଜାମିନ ମିଳିନାହିଁ । ଶୁକ୍ରବାର ନିମ୍ନକୋର୍ଟରେ ହାଜର ହେବାକୁ ଜଗଦ୍ଦେବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଯଦି ଜଗଦ୍ଦେବ ଜାମିନ ଆବେଦନ କରନ୍ତି ତେବେ ସେହିଦିନ ନିଷ୍ପତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ବାଲୁଗାଁ ଏନଏସି ଅଫିସରେ ବିଜେପି ନେତାଙ୍କୁ ମାଡ ମାରିବା ଦୃଶ୍ୟ ଭାଇରାଲ ହେବା ପରେ ବିଜେଡି ସୁପ୍ରିମୋ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଦଳରୁ ସୁପ୍ରିମୋ ତାଙ୍କୁ ନିଲମ୍ବନ କରିଥିଲେ । ସେହିଦିନ ଠାରୁ ପ୍ରାଶାନ୍ତ ଜଗଦ୍ଦେବଙ୍କୁ ପୋଲିସ ଖୋଜୁଥିବା ବେଳେ ସେ ଫେରାର ଅଛନ୍ତି । ଏହା ଭିତରେ ଆସିଛି ବଡ ନିଷ୍ପତି ପ୍ରଶାନ୍ତ ଜଗଦ୍ଦେବ ମିଳିଲାନି ଆଗୁଆ ଜାମିନ ।