ପ୍ରକାଶ ସିଂହ ବାଦଲ ହସ୍ପିଟାଲରେ ଭର୍ତି, ସ୍ୱାସ୍ଥାବସ୍ଥା ସ୍ଥିର

ଶିରୋମଣି ଅକାଳୀ ଦଳ ମୁଖ୍ୟ ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲଙ୍କୁ ଗ୍ୟାଷ୍ଟିକ୍ ଜନିତ ସମସ୍ୟା କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ୯୪ ବର୍ଷିୟ ଶ୍ରୀ ବାଦଲଙ୍କୁ ପଞ୍ଜାବର ପିଜିଆଇଏମଇଆର୍ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ହସ୍ପିଟାଲର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ସୂତ୍ରରୁ ଜଣାପଡିଛି । ଶ୍ରୀ ବାଦଲ ପଞ୍ଜାବର ୫ଥର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ।