ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଆଜିଠାରୁ ଆରମ୍ଭ

(ସୌମ୍ୟ ରଞ୍ଜନ ସେଠୀ) : ଦେଶରେ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଆଜିଠାରୁ(ଶନିବାର) ଆରମ୍ଭ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଉଦ୍‌ଘାଟନ କରିବେ । ଏନେଇ ଏକ ବିରାଟ ସଭାର ଆୟୋଜନ କରାଯାଇଛି ।

ଭାରତୀୟ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ(ଆଇପିପିବି) ଶୁଭାରମ୍ଭ ହେବା ପରେ ପ୍ରତ୍ୟେକ ଲୋକଙ୍କ ନିକଟରେ ଡିଜିଟାଲ ବ୍ୟାଙ୍କିଂ ସୁବିଧା ପହଞ୍ଚି ପାରିବ । ଏହି ସେବା ଡାକବିଭାଗ ଅଧିନରେ ରହିବ । ସାଧାରଣ ନାଗରିକଙ୍କ ପାଇଁ ବ୍ୟାଙ୍କିଂ ସୁବିଧା ସହଜ କରିବା ଉଦ୍ଦେଶ୍ୟ ନେଇ ଏହି ସେବା ଆରମ୍ଭ କରାଯାଉଛି । ଏହି ସେବା ୬୫୦ ଶାଖା ଓ ୩୨୫୦ ଏକସେସ୍‌ ପଏଣ୍ଟକୁ ନେଇ ଆରମ୍ଭ ହେବ ବୋଲି ଜଣାପଡିଛି । ରିଚାର୍ଜ କରିବା, ବିଲ ପେମେଣ୍ଟ, ବୀମା ଓ ବିନିଯୋଗ ସୁବିଧା ମଧ୍ୟ ଏଥିରେ ଦିଆଯାଇଛି । ବ୍ୟାଙ୍କିଂ ସେବାକୁ ପ୍ରସାରିତ କରିବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ । ଯଦି ଆପଣଙ୍କର ପୂର୍ବରୁ ପୋଷ୍ଟ ଅଫିସରେ ଆକାଉଣ୍ଟ ଅଛି, ତା’ହେଲେ ଏହାକୁ ଆଇପିପିବି ସହିତ ଲିଙ୍କ କରିପାରିବେ । ଏକ ଲକ୍ଷ ପର୍ୟ୍ୟନ୍ତ ଜମା ଖାତାକୁ ଟ୍ରାନ୍ସଫର କରାଯାଇପାରିବ । ଏଥିରେ ମାସିକ ଅତି କମରେ ଟଙ୍କା ରଖିବା ସେମିତି କିଛି ସୀମା ନାହିଁ ।