ବୋଲସର ଗ୍ରାମରେ ଡାକ ମେଳା ଅନୁଷ୍ଠିତ

ଗଞ୍ଜାମ/ ରଜନୀକାନ୍ତ ପାତ୍ର : କବିସୂର୍ଯ୍ୟନଗର ବ୍ଳକ ବୋଲସର ଗ୍ରାମରେ ଆଜି ଡାକ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଡାକ ମେଳାରେ ଡାକ ବିଭାଗର ବହୁ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋଇ, ସମ୍ମାନିତ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ ଯୋଗ ଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଅତିଥି ସାଂସଦ ପ୍ରତିନିଧି ତଥା ପାଇକଜମୁନା ଗ୍ରାମ ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ବୋଲସର ଗ୍ରାମ ପଞ୍ଚାୟତର ସରପଞ୍ଚ ଉମାରାଣି ବେହେରା ଓ ସମିତି ସଭ୍ୟ ଯୋଗ ଦେଇ ଡାକ ବିଭାଗ ଚିଠିପତ୍ରର ଚାହିଦା ଉପରେ ଆଲୋକପାତ କରିଥିଲେ । କାର‌୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ବୋଲସର ଗ୍ରାମର ପୋଷ୍ଟ ମାଷ୍ଟର ସଂଜୟ ସ୍ବାଇଁ ।