ପୋପ୍ ଫ୍ରାନ୍ସିସ୍‌ଙ୍କ ଅନ୍ତିମ ସଂସ୍କାର ଆରମ୍ଭ : ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ପୋପ୍ ଫ୍ରାନ୍ସିସ୍‌ଙ୍କ ଅନ୍ତିମ ସଂସ୍କାର ଆଜି ଦିନ ୧:୩୦ ରେ ଭାଟିକାନ୍ର ସେଣ୍ଟ ପିଟର୍ସ ବାସିଲିକା ସମ୍ମୁଖରେ ଥିବା ରାଜକୀୟ ବାରୋକ୍ ପ୍ଲାଜାରେ ଆରମ୍ଭ ହୋଇଛି। ତାଙ୍କୁ ରୋମର ସାଣ୍ଟା ମାରିଆ ମାଗିଓର ବାସିଲିକାରେ କବର ଦିଆଯିବ । କ୍ୟାଥୋଲିକ ନେତାଙ୍କୁ ସମ୍ମାନିତ କରିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଅନେକ ବିଶ୍ୱ ନେତା ଯୋଗ ଦେଉଛନ୍ତି । ଶେଷକୃତ୍ୟରେ ୨ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଥିଲେ । ଇଟାଲୀୟ ଏବଂ ଭାଟିକାନ୍ କର୍ତ୍ତୃପକ୍ଷ ଏକ ବଡ଼ ସୁରକ୍ଷା ଅଭିଯାନ ଚଳାଇଛନ୍ତି। ଏହି ଶେଷକୃତ୍ୟ ଫ୍ରାନ୍ସିସ୍ ଙ୍କ ପାଇଁ ନଅ ଦିନିଆ ସରକାରୀ ଭାଟିକାନ୍ ଶୋକ ପାଳନର ପ୍ରଥମ ଦିନ ଆରମ୍ଭ କରିଛି।
ପୋପ୍ ହୃଦଘାତରେ ପୀଡିତ ହୋଇ ୮୮ ବର୍ଷ ବୟସରେ ଏପ୍ରିଲ ୨୧ ତାରିଖରେ ମୃତ୍ୟୁବରଣ କରିଥିଲେ । ତାଙ୍କ ଶରୀରକୁ ସାଧାରଣ ଦର୍ଶନ ପାଇଁ ସେଣ୍ଟ ପିଟର ବାସିଲିକାରେ ରଖାଯାଇଛି । ଆଜି ଶେଷ ଦର୍ଶନର ଶେଷ ଦିନ । ଆଜି ସନ୍ଧ୍ୟାରେ ତାଙ୍କ କଫିନକୁ ବନ୍ଦ କରିଦିଆଯିବ । ପୋପଙ୍କ ଅନ୍ତିମ ସଂସ୍କାର ଏପ୍ରିଲ ୨୬ ତାରିଖରେ ଅର୍ଥାତ୍ ଆସନ୍ତାକାଲି ଅନୁଷ୍ଠିତ ହେବ । ଶେଷକୃତ୍ୟରେ ସାରା ବିଶ୍ୱରୁ ନେତା ଏବଂ ସାଧାରଣ ଲୋକ ଏକାଠି ହେବେ ।
ତାଙ୍କ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ପୋପ୍ ଫ୍ରାନ୍ସିସ୍ ଇଷ୍ଟର ରବିବାର ପାଇଁ ନୀରବ ଆଶୀର୍ବାଦ ଦେଇଥିଲେ । ସେ ଗାଜା ସମେତ ସାରା ବିଶ୍ୱରେ ଚାଲିଥିବା ସଂଘର୍ଷ ବିଷୟରେ ଏକ ବିବୃତ୍ତି ଜାରି କରି ଶାନ୍ତି ପାଇଁ ନିବେଦନ କରିଥିଲେ । ପୋପଙ୍କ ଦେହାନ୍ତରେ ଭାରତୀୟ ଗୃହ ମନ୍ତ୍ରଣାଳୟ ୩ ଦିନିଆ ଜାତୀୟ ଶୋକ ଘୋଷଣା କରିଛି ।