ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ଥାନା ଏଏସଆଇ

0

ବ୍ରହ୍ମପୁର : ପୁଣି ଜଣେ ପୋଲିସ ଅଧିକାରିଙ୍କୁ ମିଡିବସିଲା ଭିଜିଲାନ୍ସ । ଲାଞ୍ଚ ନେଉଥିବା ବେଳେ ଅନୁଗୁଳ ଜିଲ୍ଲା କିଆକଟା ଥାନା ଏଏସଆଇ ନବୀନ କୁମାର ଶତପଥୀଙ୍କୁ ଧରିଲା ପୋଲିସ । ସେ ଏକ ନାରିବାରିକ ମାମଲାକୁ ରଫା ଦଫ କରିବା ପାଇଁ ଲାଞ୍ଚ ମାଗିଥିଲେ । ଆଜି ସେହି ବ୍ୟକ୍ତିଙ୍କ ଠାରୁ ଟଙ୍କା ନେବା ସମୟରେ ଏଏସଆଇ କୁମାର ଶତପଥୀଙ୍କୁ ମାଡିବସିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ।
ସୁଚନା ଅନୁଯାୟୀ , ବେଲାଦୁୁଲା ଗ୍ରାମର ପଞ୍ଚାନନ ମେହେରଙ୍କର ପାରିବାରିକ ମାମଲାକୁ ରଫା ଦଫା କରିବା ପାଇଁ କିଆକଟା ଥାନା ଏଏସଆଇ ନବୀନ କୁମାର ଶତପଥୀ ଲଞ୍ଚ ମାଗିଥିଲେ । ପ୍ରଥମେ ପଞ୍ଚାନନ ମେହେରଙ୍କ ଠାରୁ ୨ ହଜାର ଟଙ୍କା ନେଇଥିଲେ। ଏହାପରେ ପୁଣି ୧୫ ହଜାର ଟଙ୍କା ମାଗିଥିଲେ ଏଏସ୍ଆଇ ନବୀନ କୁମାର ଶତପଥୀ। ଆଜି ପଞ୍ଚାନନଙ୍କ ଠାରୁ ୮ ହଜାର ଟଙ୍କା ନେଉଥିବା ବେଳେ ବୌଦ୍ଧ ବସଷ୍ଟାଣ୍ଡରୁ ଏଏସ୍ଆଇ ନବୀନ କୁମାର ଶତପଥୀଙ୍କୁ ଧରିଛି ଭିଜିଲାନ୍ସ।