ଚୋରୀ ମଟସାଇକେଲକୁ ମାଲିକମାନଙ୍କୁ ଫେରାଇଲା ପୋଲିସ

ଭୁବନେଶ୍ୱର(ଆଦର୍ଶ ରାଉତ) ଖଣ୍ଡଗିରି ଥାନା ଏବଂ ବଡଗଡ ଥାନା ଅଞ୍ଚଳରୁ ଚୋରୀ ହୋଇଥିବା ମୋଟରସାଇକେଲ ଗୁଡିକ ମାଲିକ ମାନଙ୍କୁ ଫେରାଇବା ଲାଗି ଏକ ମେଳାର ଆୟୋଜନ କରାଯାଇଥିଲା । ଏହି ମେଳାକୁ ଡେପୁଟି ପୁଲିସ କମିଶନର, ଭୁବ ନେଶ୍ୱର ସହରାଞ୍ଚଳ ଉଦଘାଟନ କରି ଲୋକ ମାନଙ୍କୁ ସେମାନଙ୍କର ମୋଟରସାଇକେଲ ହସ୍ତାନ୍ତର କଲେ । ଏହି ମେଳାରେ ଜଟଣୀ ଥାନା ଖଣ୍ଡଗିରି ଥାନା ଏବଂ ବଡଗଡ ଥାନା ଦ୍ୱାରା ରିକଭର କରାଯାଇଥିବା ସର୍ବମୋଟ ୨୨ଟି ମୋଟରସାଇକେଲର କାଗଜପତ୍ର ଯାଞ୍ଚ କରାଯାଇ ମାଲିକ ମାନଙ୍କୁ ହସ୍ତାନ୍ତର କରାଯାଇଛି ।