ଚେତିଲା ପୋଲିସ: ରାତି ଅଧରେ ରେକର୍ଡ଼ କଲା ଅଭିନେତ୍ରୀଙ୍କ ବୟାନ

(ଆଦର୍ଶ ରାଉତ / ରିପୋର୍ଟସ ଟୁଡ଼େ ): ରାଜଧାନୀ ରାଜରାସ୍ତାରେ ରୋଡ଼ ରୋମିଓଙ୍କ ଅଭିନେତ୍ରୀଙ୍କୁ ର୍ଦୁବ୍ୟବହାର ଘଟଣା । ଗତକାଲି ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହାକୁ ନେଇ ଚିଙ୍କ୍ ଉଠିଲେ ପୋଲିସ କମିଶନର । ଟ୍ୱିଟ ମାଧ୍ୟମରେ ପୋଲିସ କମିଶନର କହିଲେ ଭୁଲ ତଥ୍ୟ ଦେଖାଉଛି ଗଣମାଧ୍ୟମ ।
ଖବର ପ୍ରସାର ପରେ ଗତକାଲି ରାତିରେ ନୟାପଲ୍ଲୀ ଥାନା ତରଫରୁ ସଂପୃକ୍ତ ଅଭିନେତ୍ରୀଙ୍କ ଘରେ ଦୁଇଜଣ ପୋଲିସ ଅଧିକାରୀ ପହଞ୍ଚିଥିଲେ । ପହଞ୍ଚିବା ପରେ ଅଭିନେତ୍ରୀ ଜଣଙ୍କର ୧୬୧ ଷ୍ଟେଟମେଣ୍ଟ ରେକର୍ଡ଼ କରିଛି । ଅଭିନେତ୍ରୀ ଜଣକ ଲିଖିତ ଭାବରେ ଅଭିଯୋଗ ଦାଖଲ କରିଛନ୍ତି ।