ମୁନିଗୁଡ଼ା/ ରବିନ୍ଦ୍ର କୁମାର ସାହୁ : ରାୟଗଡା ଜିଲ୍ଲା ମୁନିଗୁଡା ରେଳ ଷ୍ଟେସନ ଠାରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ମୁନିଗୁଡ଼ା ପୋଲିସ । ୨୧କେଜି ଗଞ୍ଜେଇକୁ ୨ଜଣ ମହିଳା ଚାଲାଣ କରୁଥିବା ବେଳେ ଧରିଲା ପୋଲିସ । ସୂଚନା ଅନୁଯାଇ ୨ଟି ବ୍ୟାଗରେ ଗଞ୍ଜେଇ ଟ୍ରେନରେ ମହାରାଷ୍ଟ୍ରକୁ ଚୋରା ଚାଲଣ କରୁଥିଲେ ଦୁଇ ମହିଳା । ବିଶେଷ ସୁତ୍ରରୁ ଖବରପାଇ ଏସଡିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶକ୍ରମେ ମୁନିଗୁଡ଼ା ପୋଲିସର ଏକ ଟିମ ମୁନିଗୁଡା ରେଳବାଇ ଅଟୋ ଷ୍ଟାଣ୍ଡ ନିକଟରୁ ୨ଟି ବ୍ୟାଗରୁ ୨୧ କେଜି ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଅନୁମାନିକ ମୁଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବେଲି କୁହାଯାଉଛି । ସେପଟେ ଗିରଫ ହୋଇଥିବା ମହିଳା ମାନେ ହେଲେ ମହାରାଷ୍ଟ୍ର ପୁନା ଅଞ୍ଚଳର ରୋହିଣୀ ଲକ୍ଷ୍ମଣ କାଲି (୩୧) ଓ ମହାରାଷ୍ଟ୍ର ଅହମଦାନଗର ଜିଲ୍ଲା ଜମେଖେଣ୍ଡ ଗାଁ ର କୈଶଲ୍ୟା ଚନ୍ଦ୍ରକାନ୍ତ ପାୱର । ଏଥିମଧ୍ୟରୁ ଜଣେ ମହିଳା ଦିବ୍ୟାଙ୍ଗ ହୋଇଥିବା ବେଳେ ଅନ୍ୟ ଜଣେ ତାଙ୍କ ସହାୟକ ବୋଲି ପୋଲିସ ସୁତ୍ରରୁ ଜଣାପଡିଛି । ମହିଳା ଜଣକ ଦିବ୍ୟାଙ୍ଗ ହୋଇଥିବାରୁ ଏମାନେ ଟ୍ରେନର ଦିବ୍ୟାଙ୍ଗ ବଗିରେ ଚଢିଯାଉଥିଲେ, ଯାହା ଫଳରେ ଏମାନଙ୍କୁ କେହି କେବେ ତନଖି କରୁନଥିଲେ ଯାହାର ଲାଭ ଉଠାଇ ବହୁଦିନଧରି ଏମାନେ ଏହି ଚାଲାଣରେ ଲିପ୍ତ ଥିବା ଜଣାପଡିଛି । ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଏନ୍ ଡି ପି ଏସ୍ ଆକ୍ଟ ର କେଶ ନମ୍ବର ୧୭୮ ୟୁ/ଏସ୍ ୨୦ (ବି) (ଆଇ ଆଇ)(ସି) /୨୯ ରେ ଏକ ମାମଲା ରୁଜୁକରି ୨ ମହିଳାଙ୍କୁ ଆଜି କୋର୍ଟ ଚାଲାଣ କରିଛି ପୋଲିସ । ଏହି ଚଢାଉବେଳେ ଏସ ଆଇ ନରସିଂହ ବେହେରା, ଏ ଏସାଇ ଉତ୍କଳ ବିଜୟ ମହାନ୍ତି, ପ୍ରବିତା ମଣ୍ଡଳ, ସ୍ବର୍ଣ୍ଣଲତା ଗମାଙ୍ଗ, ଏସ ଏନ ଦଣ୍ଡସେନା ଓ ଆନନ୍ଦ ମେଲେକା ପ୍ରମୁଖ ଉପସ୍ଥିତ ଥିଲେ।