ନିର୍ବାଚନ ପାଇଁ ପୋଲିସର ସଚେତନ

ସାନଖେମୁଣ୍ଡି: ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ଅବାଧରେ ସମ୍ପନ୍ନ କରିବା ପାଇଁ ପୋଲିସ ଓ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଗାଁ ରାଜନୀତି ସରଗରମ ହେବା ସହ ପଂଚାୟତ ନିର୍ବାଚନରେ ସମ୍ଭାବ୍ୟ ବିଶୃଙ୍ଖଳା ପ୍ରତି କଡ଼ା ନଜର ରଖିଛି ପୋଲିସ । ମୁକ୍ତ ଏବଂ ଅବାଧ ନିର୍ବାଚନ ପରିଚାଳନା ପାଇଁ ପୋଲିସ ଏବେଠାରୁ ସଜାଗ ହେଲାଣି । ଅସାମାଜିକ କାର୍ୟ୍ୟକଳାପ କୁ ଦମନ କରିବା ସହ ଅପରାଧ ଓ ଅପରାଧୀ ମୁକ୍ତ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛି ପୋଲିସ । ଏହି ମର୍ମରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଓ ତହସିଲଦାର ଡ଼ ଶ୍ରୀନିବାସ ବେହେରାଙ୍କ ନେତୃତ୍ୱ ରେ ସାନଖେମୁଣ୍ଡିର କଙ୍କୋରଡା ପାଇକ ରାମଚନ୍ଦ୍ରପୁର କଉଡ଼ିଆ ଡେଙ୍ଗାଡ଼ି ଆଦି ସମ୍ବେଦନଶିଳ ଅଞ୍ଚଳରେ , ଫ୍ଲାଗମାର୍ଚ୍ଚ ସହ ନିର୍ବାଚନ ସମ୍ପର୍କରେ ଡ଼ାକବାଜି ଯନ୍ତ୍ର ଯୋଗେ ସଚେତନ କରିଛନ୍ତି । ଆଗାମୀ ପଂଚାୟତ ନିର୍ବାଚନରେ ବାଧକ ସାଜିଲେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛି ପୋଲିସ।