(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଦୀର୍ଘ ୬ ମାସ ହେବ ଦରମା ନମିଳିଥିବାରୁ ଆଜି ଠିକା ସଂସ୍ଥା ଅଧୀନରେ ଥିବା ବିଏମ୍ସି ସଫେଇ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଜୟଦେବବିହାର ନିକଟରେ ରାସ୍ତାରୋକ ଯୋଗୁଁ ଗାଡ଼ିଚଳାଚଳ ଠପ୍ ହେବାରୁ ସେମାନଙ୍କୁ ହଟାଇବାକୁ ନୟାପଲ୍ଲୀ ଥାନା ହାବିଲ ଦାର ଜୁନୁର ଅଲ୍ଲି ଖାନ ଆନ୍ଦେଳନକାରୀଙ୍କୁ ବନ୍ଧୁକ ଦେଖାଇଥିଲେ । ଫଳରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେହି ଘଟଣାରେ କମିଶନରେଟ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଉଲ୍ଲେଖଯୋଗ୍ୟ, ଦରମା ନ ପାଇ ରାସ୍ତା ଉପରେ ସଫେଇ କର୍ମଚାରୀମାନେ ଜୟଦେବ ବିହାର ଛକରେ ବସି ଆନ୍ଦୋଳନ କରୁଥିଲେ । ସେମାନଙ୍କୁ ଦୀର୍ଘ ୬ ମାସ ହେବ ଦରମା ମିଳି ନ ଥିବା ଅଭିଯୋଗ କରିଥିଲେ । ଲାୟନ୍ସ ସର୍ଭିସେସ୍ ନାମକ ଏକ ଠିକା ସଂସ୍ଥା ଅଧୀନରେ ବିଏମ୍ସି ସଫେଇ କର୍ମଚାରୀମାନେ କାମ କରୁଛନ୍ତି । କିନ୍ତୁ ସଂପୃକ୍ତ ଠିକା ସଂସ୍ଥା ଦୀର୍ଘ ୬ ମାସ ହେବ ସେମାନଙ୍କୁ ଦରମା ଦେଉ ନାହିଁ । ଯାହାକୁ ନେଇ ଆଜି କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ରାସ୍ତା ରୋକ ଯୋଗୁଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପ୍ରାୟ ୪୫ ମିନିଟ୍ ପରେ ପୁଲିସ୍ ପହଞ୍ଚି କର୍ମଚାରୀଙ୍କୁ ବୁଝାସୁଝା କରିବାରୁ ରାସ୍ତା ରୋକ ହଟିଥିଲା ।