ଗଞ୍ଜାମ : ବିଷାକ୍ତ ଖାଦ୍ୟ ନେଲା ୨ ଶିଶୁଙ୍କ ଜୀବନ । ହସ୍ପିଟାଲରେ ମା । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗଡହୁମା ଠାରେ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରମ୍ଭା ଥାନା ଅଧିନ ଗଡହୁମା ଠାରେ ଏଭଲି ଘଟଣା ଘଟିଛି । ବିଷାକ୍ତ ଖାଦ୍ୟ ଖାଇ ରାମକୃଷ ମହାରଣାଙ୍କ ପରିବାରର ୩ଜଣ ସଦସ୍ୟ ହଠାତ ବାନ୍ତି କରି ଅସୁସ୍ଥ ହୋଇ ପଡିଥିଲେ ।
ପରିବାର ଲୋକେ ତାଙ୍କୁ ଚିକିସ୍ଥା ପାଇଁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିସ୍ଥାଧିନ ଅବସ୍ଥାରେ ପ୍ରଥମେ ରାମକୃଷଙ୍କ ୨ ବର୍ଷର ପୁଅ ରୁଦ୍ର ମହାରଣା ଓ ପରେ ୩ ବର୍ଷର ଝିଅ ସିମରନ ମହାରଣାର ମୃତ୍ୟୁ ହୋଇଛି । ତାଙ୍କ ସ୍ତ୍ରୀ ସୁନିତା ମହାରଣା ଏବେ ମଧ୍ୟ ଗୁରୁତ୍ୱର ଅବସ୍ଥାରେ ମେଡିକାଲରେ ଚିକିସ୍ଥିତ ହେଉଛନ୍ତି । ଘଟଣା ସ୍ଥଳରେ ହୁମା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।