ପୋଇପାଣି ବସ୍ତିକୁ ଜଳ କଷ୍ଟ ; ନଳକୂପ ପାଇଁ ବସ୍ତିବାସୀଙ୍କ ଦାବି

କେନ୍ଦୁଝର : ଗ୍ରୀଷ୍ମ ମାସ ଆସିଲେ ଗାଁ ଗଣ୍ଡାରେ ଲୋକ ମାନଙ୍କ ଜଳ କଷ୍ଟ ଆରମ୍ଭ ହୁଏ । ପାଣି ଟିକକ ପାଇଁ ସେମାନେ ଡହକ ବିକଳ ହୁଅନ୍ତି । କେନ୍ଦୁଝର ଜିଲ୍ଲା ପୋଇପାଣି ପଞ୍ଚାୟତ ଅନ୍ତର୍ଗତ ପ୍ରଧାନ ସାହିରେ ଜଳ କଷ୍ଟରେ ଲୋକେ ଜୀବନ ଯାପନ କରୁଛନ୍ତି । ବର୍ଷ ପରେ ବର୍ଷ ବିତି ଯାଉଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ହୋଇପାରୁ ନାହିଁ । ଏହି ବସ୍ତିରେ ପ୍ରାୟ ୫୦ରୁ ଅଧିକା ଘରର ଲୋକେ ବସବାସ କରନ୍ତି । ଏବଂ ଏଠାରେ ଗୋଟିଏ ଭଲ ନଳକୂପଥିବାରୁ ତା ଉପରେ ଦୁଇଟି ବସ୍ତି ବାସିନ୍ଦା ନିର୍ଭର କରିନ୍ତି ଆଉ ପାଣି କମ ଆସୁଥିବାରୁ ଲୋକମାନେ ବେଶ ହଇରାଣ ହେଉଛନ୍ତି ।

ପାଣିର ଅଭାବ ହେତୁ ସେମାନେ ଅନ୍ୟ ଖରାପ ନଳକୂପର ଗୋଳିଆ ପାଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି । ଏହି ସମସ୍ୟା ନେଇ ଅନେକ ଥର ପଞ୍ଚାୟତ ଅଫିସରେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୋଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଅଭିଯୋଗ ଆସିଛି । ଏହି ସମସ୍ୟାର ସମାଧାନ କରାନଗଲେ ସେମାନେ ଆଗାମୀ ଦିନରେ ପଞ୍ଚାୟତ ଅଫିସକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ।