ଭାଗବାଣ୍ଟ ବେଳେ ମାଡି ବସିଲା ପୋଲିସ

କୋରାପୁଟ: ବାରହା ଶିକାର ପରେ ଚାଲିଥିଲା ଭାଗବଣ୍ଟା । ମଝିରେ ହେଲା ପୋଲିସର ଏଣ୍ଟ୍ରି । ବାରହା ଜବତ କରିବା ସହ ଅଭିଯୁକ୍ତଙ୍କୁ କାବୁ କରିଛି ସ୍ଥାନୀୟ ପୋଲିସ ।
କୋରାପୁଟ ସଦର ଥାନା କଟାସ ଜାନିଗୁଡା ନିକଟରେ ବଣ ବାରହାଶକାର ମାମଲାରେ ପୋଲିସ କିଛି ଯୁବକଙ୍କୁ ଗିରଫ କରିଛି । ଜଙ୍ଗଲରୁ ଏକ ବାରହା ଶିକାର କରି ମାଂସକୁ ନଦୀ କୂଳରେ ଭାଗବଣ୍ଟା କରୁଥିବା ବେଳେ ପୋଲିସ ଏବଂ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଘଟଣାରେ ମୋଟ ୮ ଜଣ ଜଡିତ ଥିବା ବେଳେ ୫ ଜଣଙ୍କୁ ପୋଲିସ କାବୁ କରିବାରେ ସଫଳ ହୋଇଛି । ତେବେ ଅନ୍ୟ ୩ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଖସିଯିବାରେ ସକ୍ଷମ ହୋଇଛନ୍ତି । ବାରହା ଶିକାର କରିବା ପରେ ନିଜ ନିଜ ମଧ୍ୟରେ ଭାଗବଣ୍ଟା କରୁଥିଲେ ଏହି ଶିକାରୀ । ତେବେ ହଠାତ ସେମାନଭ୍କ ଉପରେ ପୋଲିସ ଚଢାଉ କରି ବାରହା ଜବତ କରିବା ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏ ନେଇ ରେଞ୍ଜର ଅଧିକାରୀ ରୋହିତ କୁମାର ସୂଚନା ଦେଇଛନ୍ତି ।