ସାଲେପୁରରେ ଚୋରା ବାଣ ଜବତ

ସାଲେପୁର(ତାରାକାନ୍ତ ନାୟକ): ବିଳମ୍ବିତ ରାତିରେ ଜଗତପୁର ଆଇ ଆଇସି ରବିନ୍ଦ୍ର ମେହେରଙ୍କ ତତ୍ୱବଧାନରେ ଆଜି ସାଲେପୁର ବ୍ଲକର ତ୍ରିଲୋଚନପୁର, ଚମ୍ପତି, ପଦ୍ମପୁର ଗାଁରେ ଚଢ଼ାଉ କରି ବହୁ ପରିମାଣରେ ବାଣ ତାଳ ଫୋଟକା, ଘରି, ହାବିଳି, ଶୂନଫୋଟକା, ଫୁଲଝରି, ଛୋଟ ଗଡ଼ମା,ବଡ଼ ଗଡ଼ମା ଆହୁରି ବିଭିନ୍ନ ବାଣ ସବୁ ଜବତ କରାଯାଇଛି, ବିଭିନ୍ନ ଅଞ୍ଚଳ ବା ଜିଲ୍ଲା ବାହାରୁ ଲୋକମାନେ ଏହି ତ୍ରିଲୋଚନପୁର, ଚମ୍ପତି, ପଦ୍ମପୁର ଗାଁ କୁ ବାଣ କିଣି ବାକୁ ଆସିଥାନ୍ତି, ଏଠାକାର ଘରେ ଘରେ ଦିପାବଳୀ ପାଇଁ ବାଣ ତିଆରି କରାଯାଏ । କିନ୍ତୁ କାହାର ବାଣତିଆରି ପାଇଁ ଲାଇସେନ୍ସ ନଥାଏ ସେଥିପାଇଁ ଆଜି ବିଳମ୍ବିତ ରାତିରେ ଏହି ଗ୍ରାମ ମାନଙ୍କ ରେ ଚଢ଼ାଉ କରି ବିପୁଳ ପରିମାଣ ର ବାଣ ଜଗତପୁର ପୋଲିସ ଜବତ କରିଛି |