ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୫୪ ତମ ଜନ୍ମଦିନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚାରିଆଡୁ ଶୁଭେଚ୍ଛାର ବାର୍ତ୍ତା ଛୁଟୁଛି। ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ଓଡ଼ିଶାର ବିକାଶ ପାଇଁ ନିରନ୍ତର ଭାବେ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କର ଏହି ନିଷ୍ଠା ଓ କର୍ତ୍ତବ୍ୟ ଦିନେ ରାଜ୍ୟକୁ ଆଗକୁ ନେବ । ଯୁବପୀଢିଙ୍କୁ ସଶକ୍ତ କରିବାରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରୁଛି।


ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଜୁନ୍‌ ୧୨ତାରିଖରେ ଶପଥ ଗ୍ରହଣ କରିଥିଲେ । ବିଜେପିର ଏହି ଯୁବ ନେତା ରାଜ୍ୟରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଁ ରେକର୍ଡ କରିଛନ୍ତି । ଲୋକଙ୍କ ସରକାର କହୁଥିବା ବିଜେପି ଏହି ଅଭିଜ୍ଞ ନେତାଙ୍କ ଉପରେ ଓଡ଼ିଶାର ବିକାଶ ଭାରର ଦାୟିତ୍ୱ ଦେଇଛି । ଯାହାକୁ ମୁଖ୍ୟମନ୍ତ୍ରୀ କଠିନ ପରିଶ୍ରମ କରି ସଠିକ୍‌ ଭାବେ ନିର୍ବାହ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି କରି ସିଧାସଳଖ ଲୋକଙ୍କ ସମସ୍ୟା ଦୂର କରୁଛନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ ୫୪ତମ ଜନ୍ମଦିନ ଅବସରରେ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।