ଭୁବନେଶ୍ୱର-: ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏନେଇ ସୂଚନା ଦେଇଛନ୍ତି ଆବାସ ଯୋଜନା ଆବେଦନର ଶେଷ ତାରିଖ ମେ’ ୩୧ । ବର୍ତ୍ତମାନ ସୁଦ୍ଧା ୩୬ ଲକ୍ଷ ୮୧ ହଜାର ହିତାଧିକାରୀ ତାଲିକା ଭୁକ୍ତ ହୋଇସାରିଲେଣି । ଯେଉଁମାନେ ପଞ୍ଚିକରଣ କରିନାହାନ୍ତି, ତୁରନ୍ତ କର ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି । ତେବେ ଖୁବ ଶୀଘ୍ର ହିତାଧିକାରୀ ଚୟନ ସରିବ ।
ନିଜର ଘର କିଣିବା ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ। ପ୍ରାୟତଃ ଲୋକମାନଙ୍କୁ ନିଜର ଘର କିଣିବା ପାଇଁ ବହୁତ ସମୟ ଲାଗେ । ଅନ୍ୟପକ୍ଷରେ ଦେଶରେ ଏବେ ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ନିଜର ଘର ତିଆରି କରିପାରୁ ନାହାନ୍ତି । ଏପରି ଲୋକଙ୍କ ନିଜସ୍ବ ଘର ପାଇବାର ସ୍ବପ୍ନକୁ ପୂରଣ କରିବା ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ, ଭାରତ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପରିଚାଳିତ ହେଉଛି । ଆଗରୁ କେବଳ ଅଫଲାଇନରେ ଲୋକମାନେ କେବଳ ଆବେଦନ କରିପାରୁଥିବା ବେଳେ ଏବେ କେନ୍ଦ୍ର ସରକାରଙ୍କ ଲଞ୍ଚ କରାଯାଇଥିବା ଆବାସ ପ୍ଲସ ୨୦୨୪ ଆପ୍ ଦ୍ୱାରା ଲୋକମାନେ ଅନଲାଇନ୍ରେ ମଧ୍ୟ ଆବେଦନ କରିପାରୁଛନ୍ତି ।