କଟକ: ଚଳିତ ବର୍ଷ ନଭେମ୍ବର ୨୭ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ କଟକର ଐତିହାସିକ ବାଲିଯାତ୍ରା । ଏଥି ନିମନ୍ତେ ଆଜିଠାରୁ ପ୍ଲଟ ଆବଣ୍ଟନ ପକ୍ରିୟା ଆରମ୍ଭ ହୋଇଯାଇଛି । ଆସନ୍ତା ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଅଫଲାଇନ ମୋଡରେ ପଞ୍ଜକରଣ ପ୍ରକ୍ରିୟା ଚାଲିବୋଲି କୁହାଯାଉଛି । ଏହି ପର୍ଯ୍ୟାୟରେ ବଡ ବଡ ଏଜେନ୍ସି ବା ପ୍ରମୁଖ ପୃଷ୍ଠପୋଷକମାନଙ୍କ ପାଇଁ ଏହି ପଞ୍ଜିକରଣ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ କରାଯାଇଛି। ନଭେମ୍ବର ୪ ତାରିଖଠାରୁ ୧୦ ତାରିଖ ପର୍ୟ୍ୟନ୍ତ କ୍ଷୁଦ୍ର ବ୍ୟବସାୟୀ, ବିଭିନ୍ନ ଅନୁଷ୍ଠାନ, ସାଧାରଣ ଜନତାଙ୍କ ପାଇଁ ପ୍ଲଟ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରାଯିବ। ୧୧ ତାରିଖରୁ ୧୫ ତାରିଖ ଭିତରେ ପ୍ଲଟ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ ଜଣାପଡ଼ିଛି। ସମସ୍ତ ପ୍ଲଟ ଆବଣ୍ଟନ ପ୍ରକ୍ରିୟା ନଭେମ୍ବର ୨୦ ତାରିଖ ସୁଦ୍ଧା ଶେଷ କରାଯିବ ବୋଲି ସୂଚନା ମିଳିଛି। www.baliyatra.org ଓ www.cuttack.nic.in ରେ ବାଲିଯାତ୍ରା ପ୍ଲଟ ସମ୍ପର୍କିତ ସମସ୍ତ ତଥ୍ୟ ଉପଲବ୍ଧ ହେବ। ବାଲିଯାତ୍ରା ସମ୍ପର୍କିତ କୌଣସି ପ୍ରକାର ତଥ୍ୟ ପାଇଁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାଲିଯାତ୍ରା କକ୍ଷ ନାମରେ ଏକ ହେଲ୍ ପ ଡେସ୍କ ଖୋଲାଯାଇଛି।