ଆସେଜ ସିରିଜକୁ ବହିଷ୍କାର କରିବେ ଖେଳାଳୀ

ନୂଆଦିଲ୍ଲୀ: ଆସନ୍ତା ଦିନରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆସେଜକୁ ବହିଷ୍କାର କରିପାରନ୍ତି ଅନେକ ଇଂଲଣ୍ଡ ଖେଳାଳୀ । ଏହି ସିରିଜକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି ଇଂଲଣ୍ଡର ବରିଷ୍ଠ ଖେଳାଳୀ ଏବଂ ସପୋର୍ଟ ଷ୍ଟାଫ । କୋରୋନା ପାଇଁ ସ୍ଥିର ହୋଇଥିବା ଗାଇଡଳାଇନ କଟକଣା ସେମାନଙ୍କୁ ଦ୍ୱିଧାରେ ପକାଇଛି । ତେଣୁ ସେମାନେ ବହିଷ୍କାର ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି ।
ଆସେଜ ସିରିଜ ପାଇଁ ଥିବା କ୍ୱାରାଣ୍ଟାଇନ ନିୟମ ଅନୁସାରେ ଖେଳାଳୀମାନେ ହୋଟେଲର ଗୋଟିଏ ରୁମରେ ୪ ମାସ ପର୍ଯ୍ୟନ୍ତ ରହିବାକୁ ଚାହାନ୍ତି ନାହିଁ । ତେଣୁ ସେମାନେ ଆସେଜ ସିରିଜକୁ ବହିଷ୍କାର ନେଇ ନିଷ୍ପତ୍ତି ନେଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଇଏସପିଏନ କ୍ରିକଇନଫୋ ଅନୁସାରେ ଇଂଲଣ୍ଡ ନିଜର ବରିଷ୍ଠ ଖେଳାଳୀମାନଙ୍କୁ ଅଷ୍ଟ୍ରେଲିଆ ପଠାଇବାକୁ ଇଚ୍ଛା ପ୍ରକାଶ କରୁନାହିଁ । ତେବେ ସିରିଜ ସ୍ଥଗିତ ରଖିବା ନେଇ କୌଣସି ବିଚାର କରାଯାଇ ନଥିବା ବେଳେ ଖେଳାଳୀ ଏବଂ ସପୋର୍ଟ ଷ୍ଟାଫ ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ ଅଷ୍ଟ୍ରେଲିଆ ଗସ୍ତକୁ ଆଂଶିକ ବା ସମ୍ପୂର୍ଣ୍ଣ ଭାବେ ସ୍ଥଗିତ ରଖିବାକୁ ଦାବି କରିଥିଲେ ଇଂଲଣ୍ଡ ଟିମ ଏବଂ ସପୋର୍ଟ ଷ୍ଟାଫ । ତେବେ ବୋର୍ଡ ଏହାକୁ ଖାରଜ କରିଥିଲା । ଦଳ ଏହି ସିରିଜ ପାଇଁ ଯୁବ ଏବଂ ଅନଭିଜ୍ଞ ଖେଳାଳୀମାନଙ୍କୁ ପଠାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି ।