ସ୍ଵୟଂଶାସିତ ବିଜ୍ଞାନ ମହାବିଦ୍ୟାଳରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ପାଳିତ

ହିଞ୍ଜିଳିକାଟୁ ପୌରାଞ୍ଚଳ ସ୍ଥିତ ସ୍ୱୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ପରିସର ମଧ୍ୟରେ  “ମା ପାଇଁ ଗଛ ଟିଏ – ୨.ଠ”  କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଡ଼ଃ ଏସ. ବସନ୍ତ କୁମାର ଆଚାରୀଙ୍କ ତତ୍ତ୍ୱାବଧାନରେ ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ସହିତ ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ ଏବଂ ଏନ୍ ସି ସି ର ଯବାନ ମାନେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ପ୍ରଥମେ ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଶ୍ରୀ ଆଚାରୀ ଉଦ୍ଘାଟନ କରି ବୃକ୍ଷ ରୋପଣ କାର୍ଯ୍ୟ ପ୍ରାରମ୍ଭ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର ଅଧିକାରୀ ଅଧ୍ୟାପକ ଅନିଲ୍ ପାତ୍ର ପରିଚାଳନା କରିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାରେ ସହାର୍ଯ୍ୟର ହାତ ବଢ଼ାଇଥିବା ପ୍ରମୁଖ ବ୍ୟକ୍ତି ବିଶେଷମାନେ ହେଲେ ବାଲାଜୀ ସ୍ୱାଇଁ,  ଅକ୍ଷୟ ନାୟକ, ବବୁଲ୍ ନାୟକ ଏବଂ ମହାବିଦ୍ୟାଳୟର ଛାତ୍ର ଦେବଦତ୍ତ, କିରଣ, ବିଜୁ, ସିପୁନ୍, ସୁଶୀଲ, ସୁଦାମ, ଆଶୁତୋଷ, କେଶବ, ଅମରେଶ, ପାର୍ଥ ଏବଂ ଛାତ୍ରୀ ସନ୍ତୋଷୀ, ଗୋମତୀ ଇତ୍ୟାଦି ଶ୍ରମ ଦାନ କରି ଏକ ଶତ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।