ପେଟ୍ରୋଲ ପମ୍ପରେ ଦାଦାଗିରି , ମାଗଣାରେ ତେଲ ପକାଇ ଛୁ ମାରିଲେ ଦୁର୍ବୃତ୍ତ

(ସରୋଜ କୁମାର ରାଉତ / ରିପୋର୍ଟସ ଟୁଡ଼େ ): ପେଟ୍ରୋଲ ପମ୍ପରେ ଦାଦାଗିରି ଦେଖାଇ ମାଗଣାରେ ତେଲ ପକାଇ ଛୁ ମାରିଲେ ଦୁର୍ବୃତ୍ତ। ଏପରି କିଛି ଘଟଣା ଘଟିଛି ଭୁବନେଶ୍ୱର ସୁନ୍ଦରପଦାର ଏକ ପେଟ୍ରୋଲ ପମ୍ପରେ। ଯେଉଁଠି ଗତ ୯ ତାରିଖ ରାତିରେ ତିନି ଜଣ ଦୁବୃର୍ତ୍ତ ବାଇକ୍‌ରେ ଆସି ପେଟ୍ରୋଲ ପମ୍ପରେ ଆତଙ୍କ ଖେଳାଇଥିଲେ। ପ୍ରଥମେ ତେଲ ପକାଇବାକୁ ଆସି କ୍ରେଡିଟ୍ କାର୍ଡ ଦେବେ ବୋଲି କହିଥିଲେ। ହେଲେ ଏହା ପରେ ଜଣେ ବ୍ୟକ୍ତି ବନ୍ଧୁକ ବାହାର କରି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଦେଖାଇଥିଲେ। ଆଉ ଏହାପରେ ନିକଟରେ ଥିବା ସମସ୍ତ କର୍ମଚାରୀ ସେଠୁ ଦୌଡ଼ି ପଲାଇଥିଲେ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଡିସିପି ।