ରାଜ୍ୟରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର

ଭୂବନେଶ୍ୱର(ରିପୋର୍ଟସ ଟୁଡେ) : ପେଟ୍ରୋଲ ଏବଂ ଡେଜେଲ ଦର ଦିନକୁ ଦିନ ବଢିବାରେ ଲାଗିଛି । ମଙ୍ଗଳବାର ଦିନ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି । ମଙ୍ଗଳବାର ଦିନ ପେଟ୍ରୋଲ ୪୧ ପଇସା ବୃଦ୍ଧି ହେବା ସହିତ ଡିଜେଲରେ ୩୬ ପଇସା ବୃଦ୍ଧି ହୋଇଛି । ପେଟ୍ରୋଲ ଦର ୧୦୨.୪୫ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ୯୭ ଟଙ୍କା ବୃଦ୍ଧି ପାଇଛି । ଗତ କିଛି ମାସ ଧରି ପେଟ୍ରୋଲ ଦର ଓଡିଶାରେ ୧୦୦ ଟଙ୍କା ଟପିଥିବା ବେଳେ ମାଲକାନଗିରିରେ ପେଟ୍ରୋଲ ଦର ୧୦୭.୭୮ ଟଙ୍କା ପହଞ୍ଚିଛି । ଯାହା ଓଡିଶାର ସମସ୍ତ ଜିଲ୍ଲା ଠାରୁ ସର୍ବାଧିକ ଦର ।