ସାଲେପୁର : ଆସନ୍ତା ୨୭ ତାରିଖ ଦିନ ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଶିକ୍ଷକମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହ ପିଏମଜି ରେ ବିଶାଳ ସମାବେଶ କରି ଦାବି ପୂରଣ ପାଇଁ ବିଦ୍ରୋହ କରିବେ। ଏନେଇ ସଂଘ କଟକ ଜିଲ୍ଲା ସାଲେପୁରରେ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଓ ଶିକ୍ଷକ ନେତାଙ୍କର ଏକ ସାଙ୍ଗଠାନିକ ବୈଠକ ହେବା ସହ ବିଦ୍ଧିବଦ୍ଧ ଭାବରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଜରିଆରେ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ପ୍ରଦାନ କରାଯାଇଛି । ୨୦୦୧ ମସିହାରୁ ଏହି ଶିକ୍ଷକ ମାନଙ୍କୁ ସରକାର ଅବହେଳା କରିଛନ୍ତି। ତେଣୁ ଏବେ ଏମାନେ ବାଧ୍ୟ ହୋଇ ବିକ୍ଷୋଭ ଓ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଅତିଶୀଘ୍ର ସେମାନଙ୍କୁ ପୁରୁଣା ପେନସନ ସ୍କିମ ରେ ସାମିଲ କରିବା, ଦରମା ବୃଦ୍ଧି କରିବା , ଠିକା ସମୟରେ କାର୍ୟ୍ୟ କରିଥିବା ବର୍ଷକୁ ହିସାବାକୁ ନେବା ଆଦି ଦାବିରେ ସେମାନେ ଆଗାମୀ ୨୭ ତାରିଖ ଦିନ ଭୁବନେଶ୍ୱରରେ ରାଜରାସ୍ତାରେ ସରକାରଙ୍କ ବିରୁଦ୍ଧରେ ଦାବି ପୂରଣ ପର୍ୟ୍ୟନ୍ତ ଆନ୍ଦୋଳନ କରିବେ ବୋଲି କହିଛନ୍ତି ।