ଭଦ୍ରକ: ଭଦ୍ରକ ବୈତରଣୀ ନଦୀରେ ଆଜି ସକାଳେ ଏକ ଅଜଣା ବସ୍ତୁ ଦେଖିବାକୁ ମିଳିଥିଲା । ସେଇ ବସ୍ତୁଟି ଦେଖିବାକୁ କଳା ଏବଂ ହଳଦିଆ ରଙ୍ଗର । ବସ୍ତୁକୁ ଦେଖି ଲୋକ ଭୟଭୀତ ହୋଇଥିଲେ । ଅଜଣା ବସ୍ତୁ ବିଷୟରେ ଜାଣିବା ପରେ ସ୍ଥାନୀୟ ଲୋକ ପୋଲିସକୁ ଜଣାଇଥିଲେ । ଜଣାଇବା ପରେ ସେଠାରୋ ଓଡ୍ରାଫ ଟିମ ଆସି ପହଞ୍ଚି ଥିଲେ । ଓଡ୍ରାଫ ଟିମ ଆସି ସେଠାରେ ପହଞ୍ଚି ଥିଲେ । ଯେହେତୁ ନଦୀ ଭିତରକୁ ସ୍ପଷ୍ଟ ହୋଇପାରୁ ନଥିଲା ତେଣୁ ଓଡ୍ରାଫ ଟିମ ପାଣି ଭିତରକୁ ଯାଇଥିଲେ । ସେଠାରେ ଯାଇ ଦେଖିଥିଲେ ଯେ ବସ୍ତୁଟି ହେଉଛି, ପୁରୁଣା ଫାଇବର ବୋଟର ତଳ ପାଶ୍ୱର୍ । ଯାହା ଖରାପ ହୋଇଯିବାରୁ ଦୂରରୁ ଏପରି ଲାଗୁଥିଲା । ତେବେ ସେହି ବୋଟକୁ ନେଇ ଲୋକଙ୍କୁ ଭୟଭୀତ ନହେବାକୁ କହିଛନ୍ତି ।