( ମମତା ସାମଲ): କ୍ଷୀର ବିକ୍ରି କରିବେ ଯୋଗଗୁରୁ ବାବା ରାମଦେବ । ଖୁବ୍ ଶୀଘ୍ର ବଜାରରେ ମିଳିବ ପତଞ୍ଜିଳୀ ଦୁଗ୍ଧ, ଦହି, ପନିର ଓ ଘୋଳଦହି ଆଦି ସାମଗ୍ରୀ । ଆଜି ଦିଲ୍ଲୀର ତାଲକଟୋରା ବାବା ରାମଦେବ ଏହି ଘୋଷଣା କରିଛନ୍ତି । ଏଥିସହ ପତଞ୍ଜଳି ଦିବ୍ୟଜଳ ବି ଲଞ୍ଜ ହୋଇଛି । ଦୁଗ୍ଧଜାତୀୟ ସାମଗ୍ରୀରେ ମୋଟ ୫ଟି ଉତ୍ପାଦ ଲଞ୍ଚ କରିଛି ପତଞ୍ଜଳି । ଆସନ୍ତା ଦୀପାବଳିରେ ପତଞ୍ଜଳି ପୋଷାକ ବି ଲଞ୍ଜ କରିବାକୁ ଘୋଷଣା କରିଛନ୍ତି ଯୋଗଗୁରୁ ରାମଦେବ । ଏହି ଦୁଗ୍ଧଜାତୀୟ ସାମଗ୍ରୀ ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଏବଂ ମହାରାଷ୍ଟ୍ରରେ ମିଳିବ । ଏହା ପରେ ଧୀରେ ଧୀରେ ଦେଶର ଅନ୍ୟ ରାଜ୍ୟମାନଙ୍କରେ ଉପଲବ୍ଧ ହେବ ।ପତଞ୍ଜଳି କ୍ଷୀରର ଲିଟର ପ୍ରତି ଦର ୪୦ ଟଙ୍କାରେ ବିକ୍ରି ହେବ । ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ଲିଟର କ୍ଷୀର ବଜାରରେ ବିକ୍ରି କରାଯିବ । ଧୀରେ ଧୀରେ ଏହି କ୍ଷମତାକୁ ବଢାଯିବ ।
ଏହା ପୂର୍ବରୁ ପତଞ୍ଜଳୀ ପିଲାଙ୍କ ପାଇଁ ଡାଇପର୍ ମଧ୍ୟ ଲଂଚ୍ କରିଛି। ଏହା ବ୍ୟତୀତ ମହିଳାଙ୍କ ପାଇଁ ସାନିଟାରୀ ନ୍ୟାପକିନ୍ ମଧ୍ୟ ଖୁବ୍ ଶୀଘ୍ର ଲଂଚ୍ କରିବ । ଏହାର ଦାମ୍ ଏତେ କମ୍ ରହିବ ଯେ ଗରିବ ଶ୍ରେଣୀର ମହିଳାମାନେ ମଧ୍ୟ ଏହାକୁ କିଣି ପାରିବେ । ସେହିପରି ଅକ୍ଟୋବର ମାସରେ ମିଳିବ ପତଞ୍ଜଳୀ ଜିନ୍ସ ।