ପାରାଦୀପ (ପ୍ରଶାନ୍ତ କୁମାର ସ୍ଵାଇଁ) : ସର୍ବଭାରତୀୟ ଶ୍ରମିକ ନେତା ଘନଶ୍ୟାମ ଜେନା ବିୟୋଗରେ ପାରାଦୀପ ଶ୍ରମିକ ମାନେ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା କରିଥିବା ଦେଖିବାକୁ ମିଳିଛି | ପାରାଦୀପ ଜୟଦେବ ସଦନ ଠାରୁ ସାରଳା ମନ୍ଦିର ଦେଇ ଏକ ଶୋଭାଯାତ୍ରାରେ ସ୍ତାନୀୟ ସଂଘ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶ୍ରମିକ ମାନେ ନୀରବ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ପାରାଦୀପ ପୋର୍ଟ ଆଣ୍ଡ ଡକ ମଜଦୁର ଇଉନିୟନ୍ କାର୍ଯ୍ୟାଳୟରେ ସ୍ଵର୍ଗତ ଜେନା ସାହେବଙ୍କ ଚିତ୍ରରେ ପୁଷ୍ପ ଦେଇ ଶ୍ରମିକ ମାନେ ନିଜର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ସ୍ଵର୍ଗତ ଜେନା ସାହେବଙ୍କ ଅବର୍ତ୍ତମାନରେ ସ୍ମୃତି ଚାରଣ କରିବା ସହ ଶ୍ରମିକ ମାନଙ୍କ ସହ ବିତାଇଥିବା ସୁଖ ଦୁଃଖର ଦିନ ଗୁଡିକୁ ଶ୍ରମିକ ମାନେ ଆଜି ମନେପକାଇ ଦୁଖଃ ପ୍ରକାଶ କରିଥିଲେ | ଏହି ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରାରେ ପାରାଦୀପ ପୋର୍ଟ ଆଣ୍ଡ ଡକ ମଜଦୁର ଇଉନିୟନର ସାଧାରଣ ସମ୍ପାଦକ ସନାତନ ବେହେରା , ପରେଶ ପ୍ରଧାନ, କୁମର ରାଉତ , କୁଞ୍ଜ ପ୍ରଧାନ, ପ୍ରମୋଦ ପାଲଟା ସିଂ ଙ୍କ ସମେତ ହଜାର ହଜାର ଶ୍ରମିକ ଯୋଗଦେଇଥିଲେ |