ବିଂଶତମ ଜାତୀୟ ନାଟକ ମହୋତ୍ସବ ଉଦଘାଟିତ 

ପାରାଦୀପ : ଜୟଦେବ ସଦନ ରେ କ୍ୟାନମାସ୍ ପକ୍ଷରୁ ବିଂଶତମ ଜାତୀୟ ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି  ।  ଏହା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପ୍ରତ୍ୟହ ସନ୍ଧ୍ୟା ୭ ଘଟିକା ରେ ୧୦ ଦିନ ଧରି ୧୦ ଟି ବିଭିନ୍ନ ଭାଷାଭାଷି ନାଟକ ମଞ୍ଚସ୍ଥ ହେବାର କାର୍ୟ୍ୟକ୍ରମ ରହିଛି   ।  ପ୍ରଥମ ସନ୍ଧ୍ୟାରେ ହିନ୍ଦୀ ଭାଷାରେ ଭଗବତ କୁକିୟମ ଲକ୍ଷ୍ନୌ , ଦ୍ୱିତୀୟ ଦିନ ଉର୍ଦ୍ଦୁ ଭାଷାରେ ଲମହୋ କି ମୂଲାକାତ ଜାମ୍ମୁ କଳାକାର ଙ୍କ ଦ୍ଵାରା , ଓଡିଆ ଭାଷାରେ ପୁନଶ୍ଚ ଅବଲୋକରା , ଅପେକ୍ଷାରେ ରାମଚନ୍ଦ୍ର , ଅବସର ,ଭୁବନେଶ୍ୱର କଳାକାର ଙ୍କ ଦ୍ଵାରା ମଞ୍ଚସ୍ଥ ହେବ ।

ଷଷ୍ଠ ଓ ସପ୍ତମ ସନ୍ଧ୍ୟା ରେ ରାଜସ୍ଥାନ, ଭୋପାଳ କଳାକାର ଙ୍କ ଦ୍ଵାରା ହିନ୍ଦୀ ଭାଷାରେ ପ୍ଲଟ , ବେଟର ହାଫ୍ , ଅଷ୍ଟମ  ସନ୍ଧ୍ୟା ରେ ବଙ୍ଗଳା ଭାଷାରେ  କୋଲକାତା କଳାକାର ମାନଙ୍କ ଦ୍ଵାରା ମେଦିଆ , ନବମ ସନ୍ଧ୍ୟା ରେ  ଅହମିଆ ଭାଷାରେ ଆସାମ କଳାକାର ମାନଙ୍କ ଦ୍ଵାରା ବୋଡ଼ା ରାଜା  ଓ ଦଶମ ତଥା ଅନ୍ତିମ ସନ୍ଧ୍ୟା ରେ  ପାଟନା କଳାକାରମାନଙ୍କ ଦ୍ଵାରା ଅଂଧୋ କି ହାଥୀ ନାଟକ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି  ।  ପ୍ରଥମ ସନ୍ଧ୍ୟା ରେ ବନ୍ଦର ଅଧ୍ୟକ୍ଷ ପିଏଲ ହାରନାଦ ଏହି ମହୋତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ , କୋଷ୍ଟଗାର୍ଡ ର ଡିଆଇଜି ଓ୍ବାଇ କେ ସିଂ , ଇଫକୋ ସାଧାରଣ ପରିଚାଳକ କେ ଜେ ପଟେଲ , ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ ପ୍ରମୂଖ ଯୋଗ ଦେଇ କ୍ୟାନମାସ୍ ଦ୍ଵାରା ଆୟୋଜିତ ଏହି ଜାତୀୟ ନାଟକ ମହୋତ୍ସବ ବାସ୍ତବିକ ଅନେକ ଶିକ୍ଷା ଦେବ ବୋଲି ପ୍ରକାଶ କରିଥିଲେ  । ବନ୍ଦର ର ବରିଷ୍ଠ ଅଧିକାରୀ ଶ୍ରୀମନ ମିଶ୍ର ଏହାକୁ ପରିଚାଳନା କରିଥିଲେ   ।