ବ୍ରହ୍ମପୁର: ବ୍ରହ୍ମପୁରରୁ ପୁଣି ଜବତ ହେଲା ବଜ୍ରକାପ୍ତା । ବଡ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହି ବିନାୟକ ନଗରରୁ ଜଣେ ବ୍ୟକ୍ତିଙ୍କ ନିକଟରୁ ଜବତ ହେଲା ଏହି ବଜ୍ରକାପ୍ତା । ସ୍ଥାନୀୟ ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ଅନ୍ୟ ବନବିଭାଗ କର୍ମଚାରୀ ଆସି ଘଟଣାସ୍ଥଳରୁ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି । ସେପଟେ ବଜ୍ରକାପ୍ତା ଉଦ୍ଧାର ସମୟରେ ସ୍ତାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ରାତି ପ୍ରାୟ ୧୧ଟାରେ ଏଠାରେ ରାସ୍ତା ପାର୍ ହେଉଥିବା ଦେଖି କାବୁ କରିଥିଲେ ସ୍ଥାନୀୟ ଲୋକେ ।