୫ ଦିନ ପରିବର୍ତ୍ତେ ପଞ୍ଚୁକ ପଡୁଛି ୪ ଦିନ : ଶ୍ରୀଜିିଉଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରସ୍ତୁତି

0

ବ୍ୟୁରୋ : ଚଳିତ ଥର ନଭେମ୍ବର ୧୨ ତାରିଖରୁ ଆରମ୍ଭ ହେଉଛି ପଞ୍ଚୁକ ବ୍ରତ । ଧର୍ମମାସ ପାଇଁ ଶ୍ରୀକ୍ଷେତ୍ରରେ ଜମୁଛି ବ୍ରତଧାରୀଙ୍କ ଭିଡ । ଶ୍ରୀକ୍ଷେତ୍ରରେ ସୁରକ୍ଷା ସହ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ଦୀର୍ଘ ବର୍ଷ ପରେ ୫ ଦିନ ବଦଳରେ ୪ ଦିନ ପଡୁଛି ପଞ୍ଚୁକ ବ୍ରତ । ଚତୁର୍ଦ୍ଦଶୀ କ୍ଷୟ ରହୁଥିବାରୁ ମହାପ୍ରଭୁଙ୍କ ୪ଟି ବେଶର ଦର୍ଶନର ସୁଯୋଗ ମିଳିବ । କିନ୍ତୁ ଚଳିତ ଥର ଲକ୍ଷ୍ମୀନୃସିଂହ ବେଶରୁ ବଞ୍ଚିତ ହେବେ ଭକ୍ତ । କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀଜିଉ ସୁନାବେଶରେ ଦର୍ଶନ ଦେବେ। ଅନ୍ୟପଟେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏଣିକି ଭକ୍ତଙ୍କ ସୁରକ୍ଷା ସହ କିପରି ଭାବେ ମହାପ୍ରଭୁଙ୍କ ନୀତିକାନ୍ତି ସୁରୁଖୁରୁରେ ହେବ ଏବଂ କିପରି ମହାପ୍ରଭୁଙ୍କୁ ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରି ହେବ ତା’ ଉପରେ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱାରୋପ କରିଛି ।