ଆଜି ହେଉଛି ପ୍ରଥମ ପଞ୍ଚୁକ ,ସେଥିପାଇଁ ଆଠଗଡର ଆରାଧ୍ୟ ବାବା ଧବଳେଶ୍ୱରଙ୍କ ପୀଠରେ ଆରମ୍ଭ ହୋଇଛି ନିତିକାନ୍ତି । ଆଜି ରାତି ୩ଟା ବେଳେ ଦ୍ୱାର ଫିଟାଯାଇ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ମଇଲମ,ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି ପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଛଡାଯାଇଥିଲା ।ଆଜି ବାବା ଚନ୍ଦ୍ର ମଉଳି ବେଶରେ ଦର୍ଶନ ଦେଉଛନ୍ତି ।ଏଥିପାଇଁ ପ୍ରଶାସନ ତଥା ପୂଜକ ସମାଜ ପକ୍ଷରୁ ସୁ ବ୍ୟବସ୍ଥା କରାଯାଇଛି ।ଆଗାମୀ ଶନିବାର ବଡଓଷା ଥିବାରୁ ଗଜଭୋଗ ଲାଗିହେବା ପାଇଁ ଅନେକ ବ୍ୟବସ୍ଥା ଥିବା ସୂଚନା ମିଳିଛି ।