(ଜୟନ୍ତ କୁୁମାର ସେଠୀ) : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ବାହରଣା ପଞ୍ଚାୟତକୁ ଗ୍ରାମବାସୀ ନୂତନ ରାସନ୍ କାର୍ଡ କରିବାକୁ ଯିବା ସମୟରେ ପଞ୍ଚାୟତ ଅଫିସ୍ ତାଲାପଡିଥିଲା ଏବଂ ଅଫିସ୍ ସମ୍ମୁଖରେ ମଦବୋତଲ,ପାଣିପାଉଚ ପଡିଥିବାର ଦେଖାଦେଇଥିଲା। ଆମ ପ୍ରତିନିଧି ଏସମ୍ପର୍କରେ ଦାୟୀତ୍ୱ ରେ ଥିବା ସରପଞ୍ଚଙ୍କୁ ପଚାରିଥିଲେ କିନ୍ତୁ ସରପଚଂ ସିଧାସଳଖ ଏବିଷୟରେ କିଛି କହିବାକୁ ମନାକରିଦେଇଥିଲେ..
ପୁର୍ବତନ ସରପଞ୍ଚ କହିବା ଅନୁଯାୟୀ ଗତକାଲି ରାତିରେ ସରପଞ୍ଚ, ନୋମିନି,ୱ।ଡମେମ୍ବର ଓ କିଛି ବିଜେଡି କର୍ମୀ ଭୋଜି ଭାତ କରି ପଞ୍ଚାୟତ କାର୍ୟ୍ୟାଳୟ କୁ ମଦ୍ୟପ ଆଡାସ୍ଥଳୀ କରିଛନ୍ତି । ଦିନେ ନୁହେଁ ସବୁଦିନ ରାତିରେ ସେଠାରେ ମଦ୍ୟପ ମାନଙ୍କ ଆଡା ଜମେ ବୋଲି ସୂଚନା ଦେଇଛନ୍ତି ଗ୍ରାମବାସୀ..