କଳାହାଣ୍ଡି: ଭିଜିଲାନ୍ସ ଜାଲରେ ଥୁଆମୂଳ ରାମପୁର ଅନ୍ତର୍ଗତ କାଣି ଗୁମା ପଞ୍ଚାୟତ ନିର୍ବାହୀ ଅଧିକାରୀ ( ପିଇଓ) ସନ୍ୟାସୀ ନାୟକ । ଆଜି ଗାଁ ସାଥୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ । ଭବାନିପାଟଣା ସ୍ଥିତ ଜଳେଶ୍ୱର ମନ୍ଦିରପଡା ନିଜ ବାସ ଭବନରେ ଧରିଲା କଳାହାଣ୍ଡି ଭିଜିଲାନ୍ସ ବିଭାଗ । ଭିଜିଲାନ୍ସ ଅଫିସରରେ ତାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଭିଜିଲାନ୍ସ । ଏବେ ତାଙ୍କ ବାସଗୃହରେ ଭିଜିଲାନ୍ସ ପକ୍ଷରୁ ୮ ଜଣିଆ ଟମ ମିଳିତ ଭାବରେ ଚଢାଉ ଚାଲିଥିବା ସୂଚନା ରହିଛି ।