ଚାରିଧମେ ଯାତ୍ରା କରିପାରିବନି ପାକିସ୍ତାନୀ ହିନ୍ଦୁ

ନୂଆଦିଲ୍ଲୀ: ଚାରିଧମେ ଯାତ୍ରା କରିପାରିବନି ପାକିସ୍ତାନୀ ହିନ୍ଦୁ ।  ଜମ୍ମୁ ଓ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନ ବିରୁଦ୍ଧରେ ଲଗାତାର କଠୋର ପଦକ୍ଷେପ ନେଉଛି । ଏବେ କେନ୍ଦ୍ର ସରକାର ଆକ୍ରମଣ ସମ୍ପର୍କରେ ଆଉ ଏକ କଠୋର ନିଷ୍ପତ୍ତି ନେଇଛନ୍ତି । ସୁରକ୍ଷା କାରଣ ଦର୍ଶାଇ ପାକିସ୍ତାନୀ ହିନ୍ଦୁମାନଙ୍କ ଚାରିଧାମ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ସରକାରଙ୍କ ଏହି ନିଷ୍ପତ୍ତି ପରେ, ଚାରିଧାମ ଯାତ୍ରା ପାଇଁ ପଞ୍ଜିକରଣ କରିଥିବା ୭୭ ଜଣ ପାକିସ୍ତାନୀ ହିନ୍ଦୁ ଶ୍ରଦ୍ଧାଳୁ ଆଉ ଯାତ୍ରା କରିପାରିବେ ନାହିଁ ।  ତେବେ ଚାରିଧାମ ଯାତ୍ରା ୩୦ ଏପ୍ରିଲ ୨୦୨୫ ରୁ ଉତ୍ତରାଖଣ୍ଡରେ ଆରମ୍ଭ ହେବାକୁ ଯାଉଛି । ଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।