ପୁରୀ /ସଞ୍ଜୟ ମହାପାତ୍ର : ଫେବୃଆରୀ ୧୩ କୁ ବିଶ୍ୱ ରେଡ଼ିଓ ଦିବସ ଭାବେ ପାଳନ କରାଯାଏ। ୟୁନେସ୍କୋ ପକ୍ଷରୁ ଏହି ଦିବସ ଘୋଷଣା ପରେ ସାରା ବିଶ୍ୱରେ ୱାର୍ଲଡ଼ ରେଡ଼ିଓ ଡେ ଭାବେ ପାଳନ କରାଯାଉଛି। ବିଶେଷ କରି ରେଡିଓ ର ଇତିହାସ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ତେବେ ଏହି ବିଶେଷ ଦିନ ଅବସରରେ ପ୍ରଖ୍ୟାତ ଆର୍ନ୍ତଜାତୀୟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା ଚିତ୍ରକଳା ମାଧ୍ୟମରେ ବିଶ୍ୱ ରେଡିଓ ଦିବସର ଶୁଭେଚ୍ଛା ସାରା ବିଶ୍ୱବାସୀଙ୍କୁ ଦେଇଛନ୍ତି। ପୁରୀ ବେଳାଭୂମିରେ ସେ ଏହି ଅତ୍ୟନ୍ତ ଆକର୍ଷଣୀୟ ବାଲୁକା ଚିତ୍ରକଳାଟିକୁ ଗଢ଼ିଛନ୍ତି।ଯେଉଁ ଥିରେକି ରେଡ଼ିଓର ଏକ ପ୍ରତିକୃତି ଥିବାବେଳେ ରେଡିଓ ଉଦ୍ଭାବନ କରିଥିବା ମାର୍କୋନିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ବର୍ତ୍ତମାନ ଟେଲିଭିଜନ ଓ ମୋବାଇଲ ଯୋଗୁ ରେଡିଓ ଚାହିଦା କମି ଯାଇଥିଲେ ମଧ୍ୟ ରେଡ଼ିଓର ଅଵଶ୍ୟକତା ଏବେବି ରହିଛି। ପୂର୍ବରୁ ରେଡ଼ିଓ ମାଧ୍ୟମରେ ହିଁ କେଵଳ ଲୋକଙ୍କୁ ସୂଚନା , ସଂଚାର ଏବଂ ମନୋରଞ୍ଜନ ମିଳି ପାରୁଥିଲା। ଯାହାକି ଏବେବି ଲୋକମାନେ ଭୁଲି ନାହାଁନ୍ତି।