ଡିସେମ୍ବର ୧୦ରୁ ଅନଲାଇନରେ ପଞ୍ଜିକୃତ ହୋଇଥିବା ଚାଷୀଙ୍କ ଠାରୁ କିଣାଯିବ ଧାନ

ନବରଙ୍ଗପୁର/ ଟୁକୁନା ଖୁରା: ନବରଙ୍ଗପୁର ଜିଲ୍ଲାରେ ଆସନ୍ତା ଡ଼ିସେମ୍ବର ଦଶ ତାରିଖରୁ ଧାନ ମଣ୍ଡି ରେ ଅନଲାଇନରେ ପଞ୍ଜିକୃତ ହୋଇଥିବା ଚାଷୀ ମାନଙ୍କ ଠାରୁ ଧାନ କିଣା ଯିବ। ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଖରିଫ୍ ଧାନ ସଂଗ୍ରହ କମିଟି ବୈଠକ ରେ ଏହା ସ୍ଥିର କରାଯାଇଛି । ଡିସେମ୍ବର ଦଶ ତାରିଖ ରେ ମଣ୍ଡି ରେ ଯୋଗ୍ୟ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ର ଶୁଭାରମ୍ଭ କରାଯିବ। ଜିଲ୍ଲାରେ ଥିବା ୫୯ ଗୋଟି ସଂପୃକ୍ତ ଧାନ ସଂଗ୍ରହ କେନ୍ଦ୍ର ରେ ଚାଷୀ ମାନେ ନିଜର ଧାନ ବିକ୍ରୟ କରିପାଇବେ। ଏଥିରେ ୧୩ ଗୋଟି ଲେମ୍ପ୍,୨୫ ଗୋଟି ମହିଳା ଶାେୟଂ ସହାୟିକା ଗୋଷ୍ଠୀ,୨ ଗୋଟି ପାଣି ପଞ୍ଚାୟତ ମିଶି ଜିଲ୍ଲା ପାଇଁ ଖରିଫ୍ ୨୦୨୨-୨୩ ବର୍ଷ ପାଇଁ ସରକାର ଙ୍କ ଦ୍ଵାରା ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ୧୫ ଲକ୍ଷ କ୍ଵିଣ୍ଟାଲ ଧାନ ପ୍ରାରମ୍ଭିକ ପର୍ଯ୍ୟାୟରେ ମଣ୍ଡି ମାଧ୍ୟମରେ ଯୋଗ୍ୟ ଚାଷୀ ମାନଙ୍କ ଠାରୁ ସଂଗ୍ରହ କରିବା ପାଇଁ ସ୍ଥିର କରାଯାଇଛି ।

ଜିଲ୍ଲାର ସମସ୍ତ ଧାନ ସଂଗ୍ରହ ମଣ୍ଡି ରେ ଯୋଗ୍ୟ ଚାଷୀମାନେ ତାଙ୍କର ଧାନ ବିକ୍ରୟ କରିବାରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ୍ ହେବା ପାଇଁ ଜିଲ୍ଲାପାଳ ଡକ୍ଟର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ମଣ୍ଡି ରେ ଧାନ ସଂଗ୍ରହ ପ୍ରକ୍ରିୟା କୁ ସୂଚାରୁ ରୁପେ ପରିଚାଳନା କରିବା ପାଇଁ ଆବଶ୍ୟକ ଆନୁଷଙ୍ଗିକ ସମସ୍ତ ବ୍ୟବସ୍ଥା କରିବା ସହିତ କୌଣସି ଯୋଗ୍ୟ ଚାଷୀ ଯେପରି ଏଥିରୁ ବଂଚିତ ନ ହୁଅନ୍ତି ସେଥି ପ୍ରତି ଧ୍ୟାନ ଦେବା ପାଇଁ ମାନ୍ୟବର ବିଧାୟକ, ମାନ୍ୟବର ସାଂସଦ ଙ୍କ ପ୍ରତିନିଧି ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସରକାରଙ୍କ ଦ୍ଵାରା ଧାର୍ଯ୍ୟ ମୁତାବକ ଏଫଏକ୍ୟୁ ମାନର ଧାନ କ୍ଵିଣ୍ଟାଲ ପିଛା ୨୦୪୦ ଟଙ୍କା ରହିଛି ।