ଗୁରୁଗ୍ରାମ: ଓୟୋ ଫାଉଣ୍ଡର ରିତେଶ ଅଗ୍ରୱାଲଙ୍କ ବାପାଙ୍କ ମୃତ୍ୟୁ । ଗୁରୁଗ୍ରାମର ସେକ୍ଟର ୫୪ର ୨୦ ମହଲାରୁ ଖସିପଡିଥିଲେ ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ପିତା । ଫଳରେ ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ପହଁଚି ଶବ ଜବତ କରିବା ସହ ବ୍ୟବଛେଦ ମଧ୍ୟ କରିଛି । ଘଟଣାସ୍ଥଳରେ ପୋଲିସ ଛାନଭିନ ଚଲାଇଛି ।
ସେପଟେ ଦୁଇ ଦିନ ତଳେ ବାହା ହୋଇଥିଲେ ପୁଆ ରିତେଶ ଅଗ୍ରଓ୍ବାଲ । କିନ୍ତୁ ବିବାହର ଦୁଇ ଦିନ ପରେ ବାପାଙ୍କ ଏପରି ଅକାଳ ବିୟୋଗ ଘଟିଛି । ଛାତରୁ ଆକସ୍ମିକ ଖସିପଡିଛନ୍ତି ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ ।