() ଆମ ସାହି ଲାଇବ୍ରେରୀ ଉଦ୍‌ଘାଟିତ

କଟକ : କମିଶନରେଟ ପୋଲିସ ପକ୍ଷରୁ କଟକରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ଆମ ସାହି ଲାଇବ୍ରେରୀ। ଏହି ଉଦଘାଟନୀ ଉତ୍ସବରେ କମିଶନର ଯୋଗଦେଇ ଲାଇବ୍ରେରୀକୁ ଉଦଘାଟନ କରିଥିଲେ। ପିଲାମାନଙ୍କ ମଧ୍ୟରେ ପଢିବାର ଆଗ୍ରହ ଓ ଶିକ୍ଷାର ବ୍ୟାପକତା କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏହି ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ଆଗମୀ ଦିନ ମାନଙ୍କରେ ଏହି ଲାଇବ୍ରେରୀକୁ ଆହୁରି ବିକଶିତ କରାଯିବ, ଯେପରି ବହି ସଂଖ୍ୟା ବୃଦ୍ଧି, କମ୍ପୁଟର ଲ୍ୟାବର ବ୍ୟବସ୍ଥା, ପଢିବା ହଲକୁ ଆହୁରି ପ୍ରସସ୍ଥ କରାଯିବ । ଏହାସହିତ ଆଗମୀ ଦିନରେ ସବୁ ସାହିରେ ଗୋଟିଏ ଲେଖାଏଁ ଏହି ଲାଇବ୍ରେରୀ ଖୋଲିବାକୁ ଲକ୍ଷ୍ୟ ରଖିଛି କମିଶନରେଟ ପୋଲିସ ।