ନବରଙ୍ଗପୁର : ରାଇଘର ବ୍ଲକ ଅନ୍ତର୍ଗତ ପାରୁଆ ପଞ୍ଚାୟତ କାର୍ୟ୍ୟାଳୟ ଠାରେ ଆଜି ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରଟିକୁ ପରୁଆ ସରପଞ୍ଚ ଶ୍ରୀ ପ୍ରିତମ କୁମାର ଗଣ୍ଡ ଉଦଘାଟନ କରିଥିବା ବେଳେ ରାଇଘର ସମ୍ବାଦ ପ୍ରତିନିଧି ଦେବେନ୍ଦ୍ର ମିଶ୍ର ପରିଚାଳନା କରିଥିଲେ । ଏହି ରକ୍ତ ଦାନ ଶିବିର କାର୍ୟ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗ୍ରାମରୁ ସ୍ୱେଚ୍ଛାକୃତ ଭାବେ ରକ୍ତ ଦାତା ମାନେ ଯୋଗ ଦେଇଥିଲେ । ଏହି ଶିବିରଟିକୁ ଏଜଝ ଦେବାଶ୍ରୀତ ମହାପାତ୍ର, ସାଇ କ୍ରିଷ୍ଣା, ସଞ୍ଜୟ ନାୟକ ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ ।