ଭୁବନେଶ୍ୱର: ଆକ୍ସନ ମୋଡରେ ସରକାର । ଓ ହବ୍’ ଦୁର୍ନୀତି ସାମ୍ନାକୁ ଆସିବା ପରେ ଥରହର ଅଧିକାରୀ । ମନ୍ତ୍ରୀମାନଙ୍କ ଅଚାନକ ଗସ୍ତ ପରେ ଛାନିଆ ଦୁର୍ନୀତି ଖୋର ଅଫିସର ବାବୁ । ଏହାରି ଭିତରେ ଚାକିରିରୁ ନିଜଆଡୁ ଅବସର ନେଲେକାର୍ୟ୍ୟନିର୍ବାହୀ ଅଧ୍ୟକ୍ଷଙ୍କ OSD । ସେପଟେ ଦିନ ଭିତରେ ସମସ୍ତ ଅଭିଯୋଗର ଦସ୍ତାବିଜ୍ ଦାଖଲ ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଅଭିଯୋଗ ପ୍ରମାଣିତ ହେଲେ ୭ ଦିନ ଭିତରେ ହେବ କଡ଼ା କାର୍ୟ୍ୟାନୁଷ୍ଠାନ । ଓ-ହବ୍ ବିଲ୍ଡିଂରେ ଓଡ଼ିଶାର ନଗଣ୍ୟ ଷ୍ଟାର୍ଟଅପ୍ କୁ ମିଳିଛି ଜାଗା । ବହୁ ରାଷ୍ଟ୍ରୀୟ କମ୍ପାନୀଙ୍କୁ ଅନୁକମ୍ପା ଦେଖାଇ ଅଣଓଡ଼ିଆ ଅଧିକାରୀ ନେଉଛନ୍ତି ମଜା ।