କନ୍ଧକେଳ ଗାଁ ସାପ୍ତାହିକ ବଜାରରେ ଜୈବିକ ବିକ୍ରୟ କେନ୍ଦ୍ର ଉଦଘାଟିତ

0

ଟିଟିଲାଗଡ (ପ୍ରଶାନ୍ତ କୁମାର ମେହେର );-ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଳକ ଅନ୍ତର୍ଗତ କନ୍ଧକେଳ ଗାଁ ସାପ୍ତାହିକ ବଜାର ଠାରେ କନ୍ଧକେଳ ଗାଁ ଜୈବିକ ବିକ୍ରୟ କେନ୍ଦ୍ର  ଉଦଘାଟିତ ହୋଇ ଯାଇଛି ।ଉକ୍ତ କାର୍ଯ୍ୟକ୍ରମ ରେ କନ୍ଧକେଳ ଗାଁ ସରପଞ୍ଚ  ଶ୍ରୀମତି ଅହଲ୍ୟା ସାହୁ ମୁଖ୍ଯ ଆତିଥ୍ଯ ଗ୍ରହଣ କରିଥିବା ବେଲେ   ଏଫ୍. ଇ .ଏସ୍  ବ୍ଳକ ଟ୍ରେନର  ସୌଦାମିନି  ସାହୁ , MBK ସଂଯୁକ୍ତା ଦାସ ,କୃଷିମିତ୍ର ସନ୍ତୋଷିନି ପଧାନ ସମ୍ମାନିତ ଆତିଥ୍ଯ ଗ୍ରହଣ କରିଥିଲେ ।

ଜୈବିକ ପଦ୍ଧତି ରେ ଉତ୍ପାଦିତ ଫସଲ ରେ ମଣିଷ ସମାଜ ପାଇଁ ଅନେକ ଲାଭ  ଓ ଗୁଣବତ୍ତାର ରହିଛି  ଓ ଏହି ଜୈବିକ ସାର କୁ ସମସ୍ତ ଚାଷି ଫସଳ ରେ ପ୍ରୟୋଗ କରିବା ପାଇଁ FES ସୌଦାମିନି ସାହୁ ସମେତ  ସମସ୍ତ  ଅତିଥି ମତ ପ୍ରକାଶ କରିଥିଲେ ।

VAw  ବବିତା ମେହେର, Crpcm  ବିଷ୍ଣୁପ୍ରିୟା ଦାସ  ,ରେବତୀ ମେହେର, ମମତା  ମେହେର  ,କମଳିନି ମିର୍ଦ୍ଧା, ପୁଷ୍ପାଞଳି ମେହେର, ମନ୍ଦାକିନି ସେଠ  ,ବିସୟା  ସୁନା  ,ରୁକ୍ମଣୀ ସୁନା, ଅଯୋଧ୍ୟା ସାହୁ ,ଅଗ୍ରଣି ଚାଷୀ  ଳବ ପଧାନ, ଅରୁଣ ସାହୁ ,ଶୁକଦେବ ଦାସ  ସହଯୋଗ କରିଥିଲେ।