୧୦ ଦିନ ପରେ ଆସିଲେ : ଗୃହରେ ପ୍ରଶ୍ନବାଣ ମାରିଲେ ବିରୋଧୀ ଦଳ ନେତା ନବୀନ

ଭୁବନେଶ୍ୱର : ଦ୍ଵିତୀୟ ପର୍ଯ୍ୟୟରେ ପ୍ରଥମ ଥର ପାଈଁ ଗୃହକୁ ଆସିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । 10 ଦିନ ହେବ ବିଧାନସଭା ଚଳୁଥିଲେ ମଧ୍ୟ ଦିନଟିଏ ଆସୁ ନଥିଲେ। ଆଜି ଗୃହ ବିଭାଗ ଖର୍ଚ୍ଚ ଦାବୀ ଆଲୋଚନା ସମୟରେ ବିରୋଧୀ ଦଳ ନେତାଙ୍କ ଉପସ୍ଥିତି ପାଈଁ ଦାବୀ କରିଥିଲେ ବିଜେପି ବିଧାୟକ। ପୂର୍ବ ଗୃହ ମନ୍ତ୍ରୀ ହିସାବରେ ବକ୍ତବ୍ୟ ରଖିବାକୁ ଆହ୍ୱାନ ଦେଇଥିଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ। ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇ ଗୃହ ରେ ବିରୋଧୀ ଦଳ ନେତା ଙ୍କ ବିବୃତି । ଶାନ୍ତି ପାଇଁ ଓଡ଼ିଶା ପରିଚିତ, ରଥ ଯାତ୍ରା ରେ ଅବ୍ୟବସ୍ଥା, ବଳଭଦ୍ର ତଳେ ପଡିବା କୋଟି କୋଟି ଓଡ଼ିଆ ଙ୍କୁ ଆଘାତ ଦେଇଛି। ଚିକିଟି ରେ ମଦ ମୃତ୍ୟୁ ଘଟଣା ଚିନ୍ତା ବିଷୟ, ରାଜ୍ୟପାଳଙ୍କ ପୁଅ ସରକାରୀ ଅଫିସରଙ୍କୁ ମାଡ଼ ମାରିବା ଘଟଣା, ସମସ୍ତଙ୍କୁ ପ୍ରଶ୍ନ ଯେ, ଯଦିଓ ସେ ରାଜ୍ୟପାଳ, ମନ୍ତ୍ରୀ ଓ ବିଧାୟକଙ୍କ ପୁଅ କ’ଣ ଦଣ୍ଡ ପାଇବେ ନାହିଁ ? ମୋ ସରକାରରେ ଆଇନ ବିଶୃଙ୍ଖଳା ହୋଇ ନାହିଁ । ଏସବୁ ଘଟଣା ଚିନ୍ତା ଜନକ । ଯେକୌଣସି ପରିସ୍ଥିତିରେ ଓଡ଼ିଶା ରେ ଶାନ୍ତି ବଜାୟ ରହିବା ଦରକାର । ନୂଆ ସରକାର ପରେ ବାଲେଶ୍ୱର ଓ ଜଟଣୀରେ ସାମ୍ପ୍ରଦାୟିକ ହିଂସା କଥା ଉଠାଇ ଗୃହ ବିଭାଗର ଖର୍ଚ୍ଚ ଦାବିକୁ ବିରୋଧ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।