ଭୁବନେଶ୍ଵର-: ଅହମ୍ମଦାବାଦ ବିମାନ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟାନାୟକ । ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଇ ନବୀନ ‘ଏକ୍ସ’ରେ ଲେଖିଛନ୍ତି, ‘‘ଅହମ୍ମଦାବାଦ-ଲଣ୍ଡନ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଖବର ଶୁଣି ଗଭୀର ମର୍ମାହତ, ଯେଉଁଥିରେ ଶତାଧିକ ଲୋକ ଯାତ୍ରା କରୁଥିଲେ । ଏହି ଦୁଃଖଦ ଘଟଣାରେ ଗଭୀର ଭାବରେ ପ୍ରଭାବିତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଏବଂ ପ୍ରାର୍ଥନା ।’’