ସମ୍ବଲପୁରରେ ଚାଲିଥିବା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ ଆନ୍ଦୋଳନ ପ୍ରସଙ୍ଗରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର : ଆନ୍ଦୋଳନକୁ ମୁଁ ସମର୍ଥନ କରୁଛି । ମୁଁ ଆନ୍ଦୋଳନର ଅଂଶ ବିଶେଷ ବୋଲି କହିଲେ ବିରୋଧୀ ଦଳ ନେତା । ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ । ଏହି ସବୁ ସମସ୍ୟା ପାଇଁ ଓଡିଶା ସରକାର ଦାୟୀ । କେନ୍ଦ୍ର ଆଇନ ମନ୍ତ୍ରୀ ସଂସଦ ରେ କହିଛନ୍ତି, ଓଡିଶା ସରକାର ତରଫରୁ କୌଣସି କଂକ୍ରିଟ ପ୍ରସ୍ତାବ ଦେଇନାହାନ୍ତି । ରାଜ୍ୟ ସରକାର କାହିଁକି ଟାଳଟୁଳ ନୀତି କରୁଛନ୍ତି । ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ବିଧିବଦ୍ଧ ପ୍ରସ୍ତାବ ସରକାର କାହିଁକି ଆଣୁନାହାନ୍ତି । ସରକାର ଖେଳିବାକୁ ଚାହୁଁଛନ୍ତି । ପଶ୍ଚିମ ଓଡିଶା ପ୍ରତି ରାଜ୍ୟ ସରକାରଙ୍କ ହତାଦର ରହିଛି । ପଶ୍ଚିମ ଓଡିଶା ବାସୀଙ୍କ ସମସ୍ୟା ଗୁଡିକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି ।
ଆନ୍ଦୋଳନ କରିବା ପାଇଁ ଗଣତାନ୍ତ୍ରିକ ଉପାୟରେ ସମସ୍ତଙ୍କର ଅଧିକାର ଅଛି । ସରକାର କହୁଛନ୍ତି ଡୋର ଷ୍ଟେପରେ ନ୍ୟାୟ ଦିଆଯିବ । ଅନ୍ୟ ରାଜ୍ୟରେ ହାଇକୋର୍ଟ ବେଂଚ ଅଛି । ତାହେଲେ ଓଡ଼ିଶାରେ କାହିଁକି ହେବ ନାହିଁ । ଯଦି ବେଂଚ ହେବ, ହାଇକୋର୍ଟ ଉପରେ ବୋଝ କମିଯିବ । ରାଜ୍ୟ ସରକାର ସ୍ଥାନ ବିଷୟରେ ଜାଣାଇଲେ କେନ୍ଦ୍ର ସରକାର ପଦକ୍ଷେପ ନେବେ ।