‘କଞ୍ଚା ଲଙ୍କା’ ପ୍ରଡକ୍ସନ ହାଉସକୁ ବିରୋଧ

ପୁରୀ(ଜୟନ୍ତ କୁମାର ସେଠୀ); “କଞ୍ଚା ଲଙ୍କା” ପ୍ରଡକ୍ସନ ହାଉସ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଦାବି କରିଚି ପୁରୀ ଜ଼ିଲ୍ଲା ଯୁବ ଅଧିବକ୍ତା । ଆଜି ପୁରୀ ଆରକ୍ଷୀ ଅଧିକ୍ଷକ ଡ଼ା. କନୱାର ଵିଶାଲ ସିଂହଙ୍କ ନିକଟରେ ଦାବୀ ପତ୍ର ପ୍ରଦାନ କରାଯାଇଛି। କଞ୍ଚା ଲଙ୍କା ନାମକ ଏକ ପ୍ରଡକ୍ସନ ହାଉସ ଦ୍ୱାରା ନିର୍ମିତ ଏକ ୱେବ ସିରିଜିରେ “ଗ୍ୟାଙ୍ଗସ୍ ଅଫ ପୁରୀ”ନାମରେ ଏକ ପୋଷ୍ଟର ଭାଇରାଲ ହେବାରେ ଲାଗିଛି। ଯେଉଁ ଥିରେ କି ଶ୍ରୀମନ୍ଦିର ଉପରେ ରକ୍ତ ଲାଗିଥିବା ଖଣ୍ଡା ଝୁଲୁଥିବାର ଦୃଶ୍ୟ ରହିଛି। ଏହି ଦୃଶ୍ୟ ଜଗନ୍ନାଥ ପ୍ରେମୀ ଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ।
ୱେବ ସିରିଜଟି ପୁରୀ ସହରର ଯୁବକ ତଥା ଛାତ୍ର ମାନଙ୍କୁ ଅପରାଧିକ କାର୍ୟ୍ୟକଳାପ ପାଇଁ ପ୍ରବତ୍ତାଉଛି ବୋଲି ଦାବି କରାଯାଉଛି । ଏଣୁ ଏହି ପ୍ରଡକ୍ସନ ହାଉସ ବିରୋଧ ରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରିଛି ପୁରୀ ଜିଲ୍ଲା ଅଧିବକ୍ତା ସଙ୍ଘ। ଏହି ମର୍ମରେ ପୁରୀ ଆରକ୍ଷୀ ଅଧିକ୍ଷକ ଡ଼ା. କନୱାର ଵିଶାଲ ସିଂହଙ୍କୁ ଦାବିପତ୍ର ଦିଆଯିବା ସହ ଯଥାଶୀଘ୍ର ଉକ୍ତ ୱେବ ସିରିଜି ମାଲିକ ବିରୋଧରେ ଆଇନଗତ କାର୍ୟ୍ୟନୁଷ୍ଠାନ ଗ୍ରହଣକରିବା ପାଇଁ ଦାବି କରିଛି ସଂଗଠନ ।
ଏହି ସମୟରେ ସଂଘର ଆବାହକ ଅନିଲ କୁମାର ସାହୁ, ସଭାପତି ବିଶ୍ୱଜିତ ପ୍ରଧାନ, ସୁଭାଶିଷ ମହାନ୍ତି,କର୍ଣ୍ଣବୀର ମହାପାତ୍ର,ଭାଗବତ ପଟ୍ଟନାୟକ, ଦେବଦତ୍ତ ପଟ୍ଟନାୟକ, ଦେବାଶିଷ ଦାଶ, ପ୍ରଶାନ୍ତ ରଣା, ସୁରେଶ ମହାପାତ୍ର,ଭବାନୀ ଶଙ୍କର ସାହୁ, ଦେବେନ୍ଦ୍ର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।